
କୁନ୍ଦୁରା,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଲମତାପୁଟ ଅଞ୍ଚଳରୁ ଛତିଶଗଡର ଜଗଦଲପୁରକୁ ଚାଲାଣ ବେଳେ କୁନ୍ଦରା ଥାନା ପୁଲିସ ୪୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ହେଲେ ମାଛକୁଣ୍ଡ ଥାନା ବାଲେଲ ଗାଁର ସୁରେଶ ବିଷୋୟୀ । ସେହି ଗାଁର ମଙ୍ଗଳ ଖରା ଫେରାର୍ ହୋଇଯାଇଥିବା ଥାନା ଆଇଆଇସି ସହଦେବ ବେହେରା ସୂଚନା ଦେଇଛନ୍ତି । ଏହି ଘଟଣାରେ ପୁଲିସ ଗୋଟିଏ ନମ୍ବର ବିହୀନ ବୋଲେରୋ ସହ ଏକ ମୋବାଇଲ ଜବତ କରିଛି । କୌଣସି ସୂତ୍ରରୁ ଖବର ପାଇ ଆଇଆଇସି ଶ୍ରୀ ବେହେରାଙ୍କ ନେତୃତ୍ୱରେ ଏଏସଆଇ କେ.ଏସ.ରାଓ ଓ ଏକ ଟିମ୍ କୁନ୍ଦୁରା ଥାନା ଖଟଲାପଦର ପୋଲ ନିକଟରେ ମଙ୍ଗଳବାର ଜଗିରହିଥିଲେ । ସେହି ସମୟରେ ଏକ ନମ୍ବରହୀନ ବୋଲେରୋ ଦ୍ରୁତଗତିରେ ଆସୁଥିଲା । ପୋଲ ନିକଟରେ ପୁଲିସକୁ ଦେଖି କିଛିଦୂର ଆଗରୁ ଗାଡିକୁ ଅଟକାଇ ଡ୍ରାଇଭର ସହ ଅନ୍ୟଜଣେ ଜଙ୍ଗଲ ଭିତରକୁ ଫେରାର୍ ହୋଇଯାଇଥିଲେ । ପୁଲିସ ପିଛା କରି ବାଲେଲ ଗାଁର ସୁରେଶକୁ ଧରିବାରେ ସକ୍ଷମ ହୋଇଥିଲା । ଯାଞ୍ଚ ପରେ ଗାଡିରୁ ୪୪୫ କେଜି ୮୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ଶ୍ରୀ ବେହେରା କହିଛନ୍ତି । ଏହାକୁ ଲମତାପୁଟ ଅଞ୍ଚଳରୁ କୁନ୍ଦୁରା ଦେଇ ଜଗଦଲପୁରକୁ ଚାଲାଣ ହେଉଥିବା ଜେରା ବେଳେ ଅଭିଯୁକ୍ତ ସ୍ୱୀକାର କରିଛି । ଏହାର ଆନୁମାନିକ ମୂଲ୍ୟ ୪୦ଲକ୍ଷ ହେବ ବୋଲି ଆକଳନ କରାଯାଇଛି । ବେଆଇନ୍ ଗଞ୍ଜେଇ ଚାଲାଣ ଉପରେ ଚଢଉ କରଯିବା ସହ ଏହି କାରବାରରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି ।


Comments are closed, but trackbacks and pingbacks are open.