କୋରାପୁଟ: କେରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ପାଡୁଆ ପୁଲିସ୍କୁ ମିଳିଛି ବଡ଼ ସଫଳତା । ପାଡୁଆ ଥାନା ଅଞ୍ଚଳରୁ ଆନ୍ଧ୍ର ଚାଲାଣ ବେଳେ ଧରାପଡିଛି ୭ କ୍ୱିଣ୍ଟାଲ ୪ କେଜି ଗଞ୍ଜେଇ । ଏହି କାରବାରରେ କାହାରିକୁ ଗିରଫ କରାଯାଇନାହିଁ । ଚାଲାଣରେ ବ୍ୟବହୃତ ୨ଟି ଭ୍ୟାନ୍କୁ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୪୦ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଏହି ସୂଚନା ଦେଇଛନ୍ତି ପାଡୁଆ ଥାନା ଅଧିକାରୀ ସରୋଜ କୁମାର ମଲ୍ଲିକ ।
ପୁଲିସ୍ ସୂଚନା ଅନୁଯାୟୀ, ୨ ତାରିଖ ସନ୍ଧ୍ୟା ସାଢେ ୬ଟାରେ ପାଡୁଆ ଥାନାର ଏକ ଟିମ୍ ହାତୀବାରି ଗାଁ ନିକଟରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଜଙ୍ଗଲ ରାସ୍ତାରେ ଯାଉଥିବା ୨ଟି ପିକ୍ଅପ୍ ଭ୍ୟାନ୍(ଓଡି-୧୦ଏଚ୍-୬୪୨୬) ଓ (ଏପି-୩୧ଟିଜି-୫୩୭୧)କୁ ଅଟକାଇଥିଲା । ପୁଲିସ୍ ଗାଡି ନିକଟରେ ପହଞ୍ଚିବା ଆଗରୁ ଅନ୍ଧାରର ସୁଯୋଗ ନେଇ ମାଫିଆମାନେ ଗାଡ଼ି ଛାଡ଼ି ଜଙ୍ଗଲ ଭିତରେ ଫେରାର୍ ହୋଇଯାଇଥିଲେ । ଗାଡି ଯାଞ୍ଚ ବେଳେ ଗଞ୍ଜେଇ ଥିବା ଜଣାପଡିଥିଲା । ଭ୍ୟାନ୍ ଦୁଇଟିକୁ ଜବତ କରାଯାଇ ଥାନାକୁ ଅଣାଯାଇଥିଲା । ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ଥିବା ତହସିଲଦାର ନରସିଂହ ଗାଦବାଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ପ୍ରାୟ ୨୪ଟି ଜରିବସ୍ତାରେ ମୋଟ ୭ କ୍ୱିଣ୍ଟାଲ ୪ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ନନ୍ଦପୁର ଏସ୍ଡିପିଓ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି, ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି କାରବାରରେ କେଉଁମାନଙ୍କ ସଂପୃକ୍ତି ରହିଛି ତାହାର ତଦନ୍ତ ଜାରି ରହିଛି । ଜବତ ଗାଡିÿମାଲିକଙ୍କୁ ଡକାଯାଇ ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ । ଚଢଉରେ ପାଡୁଆ ଥାନା ଏସ୍ଆଇ ପଞ୍ଚାନନ ଶତପଥୀ, ଏଏସ୍ଆଇ ପ୍ରମୋଦ କମାର ପଣ୍ଡା, ଏଏସ୍ଆଇ ପ୍ରଭାସ ରଞ୍ଜନ ତ୍ରିପାଠୀ, କନେଷ୍ଟବଳ ମନୋଜ ନେପାଲପୁର, ଡ୍ରାଇଭର ସରୋଜ ଠାକୁର, ଗୃହରକ୍ଷୀ ଅନାଦି ଖେମୁଣ୍ଡୁ ପ୍ରମୁଖ ସାମିଲ ହୋଇଥିଲେ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.