୪୧,୦୦୦ ପଏଣ୍ଟ ଡେଇଁଲା ସେନ୍ସେକ୍ସ

Get real time updates directly on you device, subscribe now.

ମୁମ୍ବାଇ:ନିବେଶକଙ୍କ ମଧ୍ୟରେ ଉତ୍ସାହ ଭାରତୀୟ ଇକ୍ୱିଟି ବଜାରକୁ ନୂଆ ସ୍ତରରେ ପହଞ୍ଚାଇଛି । ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ସେନ୍ସେକ୍ସ ୪୧,୦୦୦ ପଏଣ୍ଟ ଉପରେ ବନ୍ଦ ହୋଇଛି । ବୁଧବାର କାରବାର ଶେଷରେ ଏଥିରେ ୧୯୯.୩୧ ପଏଣ୍ଟ ବୃଦ୍ଧି ଘଟିଛି । ଫଳରେ ଏହା ୪୧,୦୨୦.୬୧ ପଏଣ୍ଟରେ ବନ୍ଦ ହୋଇଛି । ଭାରତୀୟ ଇକ୍ୱିଟି ବଜାର ଇତିହାସରେ ଏହା ପ୍ରଥମ ।
ତେବେ ସେନ୍ସେକ୍ସରେ ଉଛାଳ ଫଳରେ ନିବେଶକ ଅନେକ ମାତ୍ରାରେ ଲାଭଭାନ ହୋଇଛନ୍ତି ।
ବିଶେଷ କରି ବ୍ୟାଙ୍କିଙ୍ଗ୍, ଅଟୋମୋବାଇଲ ଏବଂ ଆର୍ଥିକ କ୍ଷେତ୍ର ଷ୍ଟକ୍ଗୁଡିକର ଉନ୍ନତ ପ୍ରଦର୍ଶନ ଯୋଗୁ ସେନ୍ସେକ୍ସରେ ଏହି ବୃଦ୍ଧି ଘଟିଛି ।
ଅନ୍ୟପକ୍ଷରେ, ନ୍ୟାସ୍ନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍ଏସ୍ଇ) ନିଫ୍ଟି ମଧ୍ୟ ନୂଆ ରେକର୍ଡ ସ୍ତରରେ ବନ୍ଦ ହୋଇଛି । କାରବାର ଶେଷରେ ଏଥିରେ ୬୩ ପଏଣ୍ଟ୍ ବୃଦ୍ଧି ଘଟିଛି । ଫଳରେ ଏହା ୧୨,୧୦୦.୭୦ ପଏଣ୍ଟରେ ପହଞ୍ଚିଛି ।
ସେନ୍ସେକ୍ସରେ ୟେସ୍ ବ୍ୟାଙ୍କ ସର୍ବୋତ୍ତମ ପ୍ରଦର୍ଶନ କରିଛି । ଏହାର ସେୟାର ମୂଲ୍ୟରେ ୭.୯୭ଧ ବୃଦ୍ଧି ଘଟିଛି । ଏସ୍ବିଆଇ, ମାରୁତି, ସନ୍ ଫାର୍ମା, ହିନ୍ଦୁସ୍ତାନ ୟୁନିଲିବର, ଓଏନ୍ଜିସି, ଏଚ୍ଡିଏଫ୍ସି ଏବଂ ଟାଟା ମୋଟର୍ସ ସେୟାର ମୂଲ୍ୟରେ ସନ୍ତୋଷଜନକ ବୃଦ୍ଧି ଘଟିଛି । ସେନ୍ସେକ୍ସରେ ୩୦ଟି ଷ୍ଟକ୍ ମଧ୍ୟରୁ ୨୪ଟିରେ ବୃଦ୍ଧି ଘଟିଛି ।
ଅନ୍ୟପକ୍ଷରେ, ଏଲ୍ ଆଣ୍ଡ୍ ଟି, ଆଇସିଆଇସିଆଇ ବ୍ୟାଙ୍କ, ଆଇଟିସି, ଟାଟା ଷ୍ଟିଲ, ଏନ୍ଟିପିସି ଏବଂ ଏକ୍ସିସ୍ ବ୍ୟାଙ୍କର ପ୍ରଦର୍ଶନ ଖରାପ ରହିଛି । ଏମାନଙ୍କ ସେୟାର ମୂଲ୍ୟରେ ୨.୦୫ଧ ପର୍ଯ୍ୟନ୍ତ ହ୍ରାସ ଘଟିଛି ।
ଆମେରିକା ଏବଂ ଚୀନ୍ ମଧ୍ୟରେ ଖୁବ୍ଶୀଘ୍ର ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ହେବା ଆଶାରେ ନିବେଶକମାନେ ଉତ୍ସାହିତ ହୋଇଛନ୍ତି । ଏହାର ସକାରାତ୍ମକ ପ୍ରଭାବ ପୁଞ୍ଜି ବଜାର ଉପରେ ପଡିଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି ଯେ, ଆମେରିକା ଏବଂ ଚୀନ୍ ମଧ୍ୟରେ ଏକ ଚୁକ୍ତି ଖୁବ୍ଶୀଘ୍ର ହୋଇପାରେ । ଏ ନେଇ କଥାବାର୍ତ୍ତା ଚାଲିଥିବା ଟ୍ରମ୍ପ କହିଛନ୍ତି । ସୂଚନାଯୋଗ୍ୟ, ଟ୍ରମ୍ପଙ୍କ ଟୁଇଟ୍ ପୁଞ୍ଜି ବଜାରକୁ ବଡ଼ ମାତ୍ରାରେ ପ୍ରଭାବିତ କରିଥାଏ ।
ସୂଚନା ଥାଉକି, ମଙ୍ଗଳବାର ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍ଆଇଆଇ) ମାନେ ଭାରତୀୟ ଇକ୍ୱିଟି ବଜାରରେ ୪,୬୭୭.୭୫ କୋଟି ଟଙ୍କାର ସେୟାର କିଣିଛନ୍ତି । ଅନ୍ୟପକ୍ଷରେ, ଘରୋଇ ସଂସ୍ଥାଗତ ନିବେଶକ(ଡିଆଇଆଇ) ମାନେ ୪,୨୪୨.୦୧ କୋଟି ଟଙ୍କାର ସେୟାର ବିକ୍ରି କରି ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons