୪୮ ଘଣ୍ଟା ଭିତରେ କ୍ରିକେଟ ଖେଳରୁ ସନ୍ୟାସ ନେଇପାରନ୍ତି ଧୋନି !

Get real time updates directly on you device, subscribe now.

ନୂଆଦିଲ୍ଲୀ: ୨୦୧୯ ବିଶ୍ବକପ ଖେଳ ସମାପ୍ତ ହୋଯାଇଛି। ଆସନ୍ତା ଜୁଲାଇ ୧୯ ତାରିଖରେ ଭାରତୀୟ କ୍ରିକେଟ ଟିମ ଓ୍ବିଷ୍ଟଇଣ୍ଡିଜ ଗସ୍ତରେ ଯିବ। ଏହି ସମୟରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟ ଧୋନୀଙ୍କୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଭାରତୀୟ କ୍ରିକେଟ ଟିମ ଓ୍ବିଷ୍ଟଇଣ୍ଡିଜ ଗସ୍ତ ଯିବା ପୂର୍ବରୁ ଧୋନୀ କ୍ରିକେଟରୁ ସନ୍ନ୍ୟାସ ନେଇପାରନ୍ତି ବୋଲ ଚର୍ଚ୍ଚା ହେଉଛି। ଧୋନୀ ଏହି ବାବଦରେ ସଠିକ୍ ସ୍ପଷ୍ଟିକରଣ ଦେଇନାହାନ୍ତି ।
ଆଗାମୀ ମ୍ୟାଚ ପାଇଁ ଧୋନିକୁ ବିସିସିଆଇ ଚୟନ ନକରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି। ଚଳିତ ବିଶ୍ବକପରେ ଧୋନି ଧିମେଇ ଧିମେଇ ଖେଳୁଥିବାରୁ ଆଗାମୀ ମ୍ୟାଚରେ ଧୋନୀଙ୍କୁ ବାଦ ଦିଆଯିବ। ଜୁଲାଇ ୧୯ରେ ଟିମ ଇଣ୍ଡିଆ ଓ୍ବିଷ୍ଟଇଣ୍ଡିଜ ଗସ୍ତରେ ଯିବ। ମାତ୍ର ଅଳ୍ପ ସମୟ ଟିମ ଇଣ୍ଡିଆ ପାଖରେ ରହିଛି। ୪୮ ଘଣ୍ଟା ମଧ୍ୟରେ ଧୋନୀ କ୍ରିକେଟ ଖେଳରୁ ସନ୍ୟାସ ନେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।
ଏହି ବାବାଦରେ ଏମଏସକେ ପ୍ରସାଦ ଧୋନୀଙ୍କ ସହ କଥା ହେବ ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି। କ୍ରିକେଟ ଜଗତରେ ଜଣେ ସୁଦକ୍ଷ ଖେଳାଳୀ ଭାବରେ ପରିଚିତ ମହେନ୍ଦ୍ର ସିଂହ ଧୋନି। ଏଥିସହ ଜଣେ ସଫଳ ଅଧିନାୟକ ଭାବରେ ମଧ୍ୟ ସେ ବେଶ ନାଁ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons