୪ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

Get real time updates directly on you device, subscribe now.

ପଦ୍ମପୁର: ରାୟଗଡା ଜିଲ୍ଲା କେନ୍ଦୁଗୁଡାରୁ ଝାଡଖଣ୍ଡକୁ ଚାଲାଣ ହେଉଥିବାବେଳେ ଏଠାରେ ପୁଲିସ ୪ କୁଇଣ୍ଟାଲ ୨୭ କେଜି ଗଞ୍ଜେଇ ଜବତ କରିଛି । ଏହି ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଗଞ୍ଜେଇ ବୋଝେଇ ହୋଇ ଯାଉଥିବା ଗୋଟିଏ ଟ୍ରକ ଓ ଗୋଟିଏ କାର୍କୁ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଝାଡଖଣ୍ଡ ଅଞ୍ଚଳର ପଙ୍କଜ କୁମାର, ଶିବକେଶ ଶୁକ୍ଳା, ଅରବିନ୍ଦ କୁମାର, ମହେନ୍ଦ୍ର ପ୍ରସାଦ ଓ ରୋହିତ କୁମାର କେଶରୀ । ଏ ସମସ୍ତଙ୍କୁ କୋର୍ଟ ଚାଲାଣ କରଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୨ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି । ଅଭିଯୁକ୍ତଙ୍କଠାରୁ ୬ ଟି ମୋବାଇଲ୍ ସେଟ, ଲକ୍ଷେ ତେରଶହ ଟଙ୍କା ଜବତ ହୋଇଛି ।
ଗତ ଗୁରୁବାର ରାତିରେ ପଦ୍ମପୁର ଥାନା ଏସଆଇ ଲଳିତ ମୋହନ ଦାଶ, କେନ୍ଦୁଗୁଡା ଫାଣ୍ଡି ଅଧିକାରୀ କିଶୋର ଚନ୍ଦ୍ର ବେହେରା ଓ ଅନ୍ୟ ପୁଲିସ କର୍ମଚାରୀ କେନ୍ଦୁଗୁଡା ଫାଣ୍ଡି ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଗାଡିମୋଟର ଯାଞ୍ଚ କରୁଥିଲେ । ଏହି ସମୟରେ ଉକ୍ତ ଟ୍ରକ(ୟୁପି ୪୧ ଟି ୮୫୦୭)ଟି ଆସୁଥିବା ବେଳେ ସନେ୍ଦହ କରି ପୁଲିସ ଅଟକାଇଥିଲା । ଯାଞ୍ଚବେଳେ ଗାଡିରୁ ୩୫୬ କେଜି ଗଞ୍ଜେଇ ମିଳିଥିଲା । ଏଥିରେ ବସିଥିବା ମହେନ୍ଦ୍ର ଓ ରୋହିତକୁ ପୁଲିସ ଗିରଫ କରିବା ସହ ଗଞ୍ଜେଇକୁ ଜବତ କରିଥିଲା । ଟ୍ରକ ପଛରେ ଉକ୍ତ କାର୍ଟି ଆସୁଥିଲା । ପୁଲିସ ଏହାକୁ ମଧ୍ୟ ଅଟକ ରଖି ଯାଞ୍ଚ କରିଥିଲା । କାର୍ରୁ ୭୧ କେଜି ଗଞ୍ଜେଇ ମିଳିଥିଲା । ଏଥିରେ ବସିଥିବା ପଙ୍କଜ, ଶିବକେଶ ଓ ଅରବିନ୍ଦକୁ ପୁଲିସ ଗିରଫ କରିବା ସହ ଗଞ୍ଜେଇ ଜବତ କରିଥିଲା । ପଦ୍ମପୁର ଥାନା ଅଧିକାରୀ ବିଶ୍ୱରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons