ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟରୁ ୪ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗଞ୍ଜେଇ ଚାଲାଣ ଖବର ପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ପିକଅପ ଭ୍ୟାନ ଓ ମାରୁତି କାରକୁ ଅଟକାଇଥିଲା ପୋଲିସ । ଯାଞ୍ଚ ବେଳେ ଗାଡିରେ ୪ କ୍ବିଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଥିଲା ।
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ହେବ । ଗଞ୍ଜେଇ ସହ ୨ଟି ଗାଡିକୁ ଜବତ କରିବା ସହ ୩ ଜଣକୁ ଗିରଫ କରାଯାଇଛି । ଗିରଫ ଯୁବକ ଜୟପୁର ଚିତ୍ରକୋଣ୍ଡା ଓ ସୁର୍ମୀ ଗାଁର । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ହରି ଖେମୁଣ୍ଡୁ ଫେରାର ହୋଇଯାଇଥିବା ବେଳେ ତାଙ୍କ ମାରୁତି କାର ଜବତ କରାଯାଇଛି । ତେବେ କୋରାପୁଟ ଜିଲ୍ଲାର ଆଶାୟୀ ବିଧାୟକ ପ୍ରାର୍ଥୀ ଥିଲେ ହରି ।
ନେତାଙ୍କ ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତିକୁ ନେଇ ଚର୍ଚ୍ଚା ହେଉଛି । ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା କରୁଛି ପୋଲିସ । ଆନ୍ଧ୍ରପ୍ରଦେଶରୁ ଜୟପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ସେମାନେ ମାନିଛନ୍ତି । ତେବେ ଅଧିକ ତଥ୍ୟ ପାଇଁ ଛାନଭିନ କରୁଛି ପୋଲିସ ।
Comments are closed, but trackbacks and pingbacks are open.