ନୂଆପଡ଼ା,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆରରୋଡ ନିକଟ ମୁଣ୍ଡାଗାଁ ସ୍କୁଲରୁ ଏମଡିଏମ ଚାଉଲ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜୋଙ୍କ ପୁଲିସ ତଦନ୍ତ କରି ୪ କ୍ୱିଣ୍ଟାଲ ଏମଡିଏମ ଚାଉଳ ଜବତ କରି ୫ ଜଣଙ୍କୁ ଗିରଫ କରିଥିବା ଆଇଆଇସି ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି ।
ଗତ ୨୧ ତାରିଖରେ ଖରିଆରରୋଡ ନିକଟ ମୁଣ୍ଡାଗାଁ ସ୍କୁଲ କବାଟ ଭାଙ୍ଗି ୮ବସ୍ତା ଏମଡିଏମ ଚାଉଳ ଚୋରି ହୋଇଥିବା ଜୋଙ୍କ ଥାନାରେ ସ୍କୁଲ ପ୍ରଧାନ ଶିକ୍ଷକ ଅଭିଯୋଗ କରିଥିଲେ । ଏନେଇ ଜୋଙ୍କ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ମୁଣ୍ଡାଗାଁର ସୁରେଶ ରାଉତ(୨୪), ସନ୍ତୋଷ ସାହୁ(୧୯), ରୋହିତ ସାହୁ(୨୪), ମନୋଜ ୟାଦବ(୧୯) ଓ ଅମିତ ସାହୁ(୨୯)ଙ୍କୁ ଗିରଫ କରି ୪ କ୍ୱ୍ୱିଣ୍ଟାଲ ଏମଡିଏମ ଚାଉଳ ଜବତ କରିଥିଲେ । ଏମଡିଏମ ଚାଉଳକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଫେରାଇ ଦେଇଥିବା ଆଇଆଇସି ଶ୍ରୀ ମୁଦୁଲି କହିଛନ୍ତି ।
Comments are closed, but trackbacks and pingbacks are open.