ବାରିପଦା: ଭାଗ୍ୟର ଦ୍ୱାହି ଦେଇ କୋଟି କୋଟି ଟଙ୍କାର ମୁନାଫାର ଲୋଭ ଦେଖାଇ ଲୋକଙ୍କୁ ସ୍ୱପ୍ନ ବିକି ବେଆଇନ ଭାବେ ଚାଲିଥିଲା ବେପାର ।ବାରିପଦା ସହରର ମଧ୍ୟସ୍ଥଳ ଲାଲବଜାର ଅଞ୍ଚଳରେ ଲଟେରି ଅଫିସ ଖୋଲି ଲଟେରି ଟିକଟ ବିକ୍ରି କରୁଥିବା ଏକ ଠକ ଦଳ ପୁଲିସ ପଞ୍ଝାରେ ପଡିଛନ୍ତି । ଏଥିରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କ ଗିରଫ କରାଯିବା ସହ ୧୦୦ଟି ଲଟେରି ବହି ସମେତ ନଗଦ ୭ ହଜାର ୪୩୦ଟଙ୍କା ଜବତ କରିଥିଲେ ।ଗିରଫ ଅଭିଯୁକ୍ତ ମାନେ ହେଲେ ଟାଉନ ଥାନା ଅନ୍ତର୍ଗତ ସୁନଗଡିଆ ୱାର୍ଡ ନଂ ୨୦ ଅଞ୍ଚଳର କେଶବ ଜେନାଙ୍କ ପୁଅ କମଳ ଜେନା (୩୨), ଲାଲବଜାର ୱାର୍ଡ ନଂ ୧୦ ଅଞ୍ଚଳର ସ୍ୱର୍ଗତଃ ତାରାପ୍ରସାଦ ପ୍ରମାଳିକଙ୍କ ପୁଅ ବରୁଣ ପ୍ରମାଳିକ (୫୮), ପଡୋଶୀ ପଶ୍ଚିମବଙ୍ଗ ସ୍ଥିତ ମୁର୍ଶିଦାବାଦର ଅଜିତ୍ ହୋସେନ୍ (୩୩)ଏବଂ ପଶ୍ଚିମ ମେଦିନୀପୁରର ଶେକ୍ ଅହମ୍ମଦ ଉଲ୍ଲା(୫୨) । ସେମାନଙ୍କ ବିରୋଧରେ ୨୯୪(ଏ), ୪୨୦,୩୪ଆଇପିସିଆରଡବଲ୍ଲୁ୍ୟ ସେrନ୩ଓପିଜି ଆକ୍ଟ ଲାଗିଛି । ଗିରଫ ପରେ ସମସ୍ତଙ୍କ ବୟାନ ରେକର୍ଡ ପରେ କୋଭିଡ ଟେଷ୍ଟ କରି କୋର୍ଟ ଚାଲାଣ କରିଛି ଫୁଲିସ ।
ସୂଚନା ମୁତାବକ ଏହି ଗ୍ୟାଙ୍ଗ ଲଟେରି କାରବାର କରି ଅନେକ ଲୋକଙ୍କୁ ଠକି ଅନ୍ୟାୟ ଉପାୟରେ ଅର୍ଥ ରୋଜଗାର କରି ଆସୁଥିଲେ ।ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟାଉନ ଥାନା ଏସ ଆଇ ଅଶୋକ କୁମାର ବାରିକ ଶନିବାର ଦିନ ୧୦ଟାରେ ସଦଳବଳେ ଏହି ଅଞ୍ଚଳରେ ଚଢ଼ଉ କରି ଏହି ଠକ ଦଳଙ୍କୁ ଗିରଫ କରିଥିଲେ । ଯୋଜନାବଦ୍ଧ ଭାବେ ବିଭିନ୍ନ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ଏହି ଠକ ଦଳ ନିଜର ବେପାର ଚଳାଇ ଆସୁଥିଲେ । ଏହି ଚଢ଼ଉ ସମୟରେ ଏଏସଆଇ ଜିଏସ ପରିଡା, ଏଏସଆଇ ସନାତନ ମହାନ୍ତ, ଏଏସଆଇ ବାସନ୍ତୀ ସିଂ, ଆଇଏନ କେ /୧୮୨- କକେ ତ୍ରିପାଠୀ, ସି/୩୩୨-ପିପି କର , ସି/ଏମ ଆର ତରେଇ, ଏବଂ ହୋମଗାର୍ଡ ବିନୋଦ କୁମାର ସିଂବାବୁ ପ୍ରମୁଖ ସାମିଲ ଥିଲେ । ଲଟେରି ବିକ୍ରିରେ ଠକ ଦଳଙ୍କ ସହ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ସାମିଲ ଥିବା ବ୍ୟକ୍ତି ମାନଙ୍କୁ ଖୁବ ଶୀଘ୍ର ପୁଲିସ ଅକ୍ତିଆରକୁ ଆଣିବ ବୋଲି ସୂଚନା ଦେଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.