୪ ଦିନରେ ଗଲାଣି ୨୧ ଗୃହପାଳିତଙ୍କ ସହ ୨ ବ୍ୟକ୍ତିଙ୍କ ଜୀବନ

Get real time updates directly on you device, subscribe now.

କୋରାପୁଟ: ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ମୃତୁ୍ୟ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କେତେବେଳେ ବଜ୍ରପାତ, ପାଣିରେ ବୁଡିÿ ତ ଆଉ କେତେବେଳେ ସାପ କାମୁଡାରେ ଲୋକଙ୍କ ଜୀବନ ଯାଉଛି । ଗତ ୪ ଦିନରେ ୨ଜଣ ବ୍ୟକ୍ତିଙ୍କ ସହ ୨୧ଟି ଗୃହପାଳିତ ପ୍ରାଣୀଙ୍କ ମୃତୁ୍ୟ ହୋଇଛି । ଯାହା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି ।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୯-୨୦ରେ ଜିଲ୍ଲାରେ ବଜ୍ରପାତରେ ୧୮ ଜଣଙ୍କ ମୃତୁ୍ୟ ହୋଇଥିଲା । ଚଳିତବର୍ଷ ବଜ୍ରପାତ ଘଟି ଆଜିସୁଦ୍ଧା ୧୯ ଜଣଙ୍କ ଜୀବନ ଯାଇଛି । ଗତ ୪ ଦିନରେ ବଜ୍ରପାତରେ ୨ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ୨୧ଟି ଗୃହପାଳିତ ପ୍ରାଣୀଙ୍କ ମୃତୁ୍ୟ ହୋଇଛି । ପ୍ରଶାସନର ସଚେତନତା ସତ୍ତେ୍ୱ ଲୋକେ ବ୍ରଜପାତ ସମୟରେ ବାହାରେ ଥିବାରୁ ସେମାନଙ୍କ ମୃତୁ୍ୟ ହେଉଥିବା ଜିଲ୍ଲା ଜରୁରୀ ବିଭାଗ ସୂଚନାରୁ ଜଣାପଡିଛି । ବଜ୍ରପାତ ମାମଲାକୁ ନେଇ ପ୍ରଶାସନ ଅଧିକ ଚିନ୍ତିତ ହେବା ସହ ସମ୍ପୃକ୍ତ ତହସିଲ ଅଧିକାରୀଙ୍କୁ ଆବଶ୍ୟକ ତଥ୍ୟ ବିଭାଗ ମାଗିଛି । ସମ୍ପୂର୍ଣ୍ଣ ବିବରଣୀ ମିଳିବା ପରେ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।
ସୂଚନାଥାଉକି, କିଏ ଗାଈ ଚରାଇବାକୁ ଯାଇ ତ ଆଉ କିଏ ଆମ୍ବ ଗୋଟେଇବାକୁ ଯାଇ ବଜ୍ରପାତର ଶିକାର ହୋଇଛନ୍ତି । ଗତ ୧ ତାରିଖରେ ପଟ୍ଟାଙ୍ଗି ବ୍ଲକ୍ ନିଲାମପାଡ଼ୁ ଗାଁର ଜଣେ ନାବାଳିକା ଚାଷ ଜମିରେ ଅଦା ଲଗାଉଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ସେମିଳିଗୁଡ଼ା ବ୍ଲକ୍ କାଣ୍ଟି ପଞ୍ଚାୟତର ନରିଙ୍ଗପଦର ଗାଁର ଉତ୍ତରା ତାଡ଼ିଙ୍ଗ(୬୦) ଗୋରୁଗୋଠ ନେଇ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ । ବଜ୍ରପାତରେ ତାଙ୍କର ମୃତୁ୍ୟ ହୋଇଥିବା ବେଳେ ଗୋଠର ୬ଟି ଗୋରୁ ପ୍ରାଣ ହରାଇଥିଲେ । ସେହିପରି ୩ ତାରିଖରେ ପଟ୍ଟାଙ୍ଗି ବ୍ଲକ୍ କନ୍ଧସିଉରା ଗାଁରେ ବଜ୍ରପାତରେ ୮ ଛେଳିମେଣ୍ଢା ଏବଂ କୋରାପୁଟ ବ୍ଲକର ୪ ଗୋରୁ, ଲକ୍ଷ୍ମୀପୁର ବ୍ଲକର ଗୋଟିଏ ଗାଈ ସହ ୨ଟି ମଇଁଷିର ଜୀବନ ଯାଇଥିଲା । ଦୁଇ ଦିନ ତଳେ ଦଶମନ୍ତପୁର ବ୍ଲକରେ ବଜ୍ରପାତରେ ଜଣେ ବ୍ୟକ୍ତି ଆହତ ହୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ୨୦୨୦-୨୧ ବର୍ଷରେ ନୌକା ଦୁର୍ଘଟଣାରେ ୪ଜଣଙ୍କ ମୃତୁ୍ୟ ହୋଇଛି । ସେହିପରି ପାଣିରେ ବୁଡି ୧୨୫ ଜଣଙ୍କ ପ୍ରାଣ ଯାଇଥିବା ବେଳେ ସାପ କମୁଡ଼ାରେ ୧୭ଜଣଙ୍କ ମୃତୁ୍ୟ ଘଟିଥିବା ଜରୁରୀ ବିଭାଗ ସୂଚନାରୁ ଜଣାପଡିଛି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons