୪ ବର୍ଷର ଶିଶୁ ସମେତ ୩ ମୃତ

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ): ଆଉ ୫ କିଲୋମିଟର ଯାଇଥିଲେ ବରଯାତ୍ରୀ ପହଞ୍ଚôଥାନ୍ତେ କନ୍ୟାଘରେ । ବାହାଘରରେ ଯୋଗ ଦେଇଥାନ୍ତେ । ହେଲେ ବିଧିର ବିଧାନ ଭିନ୍ନ । ବରଯାତ୍ରୀଙ୍କୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା । ପ୍ରାଣ ହରାଇଲେ ୩ ଜଣ । ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଶବରପଲ୍ଲୀ ପଞ୍ଚାୟତ କଙ୍କଡ଼ାଗୁଡ଼ା ଗାଁ ନିକଟରେ ମଙ୍ଗଳବାର ଘଟିଛି ଏଭଳି ଦୁଃଖଦ ଘଟଣା । ରାମଗିରି ନିକଟସ୍ଥ ଜାମଡ଼ିହ ଗାଁରୁ ତୁମନ ଗାଁକୁ ଏକ ୪୦୭ ଟ୍ରକ୍ରେ ଯାଉଥିଲେ ବରଯାତ୍ରୀ । ଦିନ ପ୍ରାୟ ୧୧ଟାରେ ତୁମନ ଗାଁର ୫ କିଲୋମିଟର ପୂର୍ବରୁ କଙ୍କଡ଼ାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା ଗାଡ଼ି । ଖୁସିରେ ଯାଉଥିବା ବରଯାତ୍ରୀ ଦଳ କେହି କିଛି ବୁଝିବା ପୂର୍ବରୁ ଗାଡ଼ି ଡାଲାରୁ କିଏ କୁଆଡେ଼ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ଜାମଡ଼ିହ ଗ୍ରାମର ଜୟନ୍ତ ଦଳବେହେରା(୨୦) ଓ ଗାୟତ୍ରୀ ରଇତ(୧୮)ଙ୍କ ମୃତୁ୍ୟ ହୋଇଥିବା ବେଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ୪ବର୍ଷର ଶିଶୁ ଗାୟତ୍ରୀ ମଣ୍ଡଳର ମୃତୁ୍ୟ ହୋଇଥିବା ରା.ଉଦୟଗିରି ବିଡିଓ ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ୩୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ୨୯ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଘଟଣାରେ ଗଭୀର ଦୁଃଖପ୍ରକାଶ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହ ଆହତଙ୍କୁ ମାଗଣା ଚିକିତ୍ସା ନେଇ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଘଟଣାରେ ଗଭୀର ଶୋକପ୍ରକାଶ କରିଛନ୍ତି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାରକୁ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି ଗଭୀର ସମବେଦନା ଜଣାଇଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଏକ ବିବାହ ପାଇଁ ବରଯାତ୍ରୀ ନେଇ ରାମଗିରି ନିକଟସ୍ଥ ଜାମଢ଼ିହ ଗାଁରୁ ଆର.ଉଦୟଗିରି ନିକଟ ତୁମନ ଗାଁକୁ ଯାଉଥିବା ଏକ ୪୦୭ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଛି । ଫଳରେ ଗାଡ଼ିରେ ଯାଉଥିବା ୫୦ରୁ ଊଦ୍ଧ୍ୱର୍ ଲୋକ ଛିଟିକି ପଡ଼ିଥିଲେ । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରା.ଉଦୟଗିରି ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚô ଆହତଙ୍କୁ ଉଦ୍ଧାର କରିଥିଲେ । ରା.ଉଦୟଗିରି ଥାନାଧିକାରୀ ମମତା ନାୟକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚôଥିଲେ । ୩୫ ଜଣରୁ ଊଦ୍ଧ୍ୱର୍ ଆହତଙ୍କୁ ପ୍ରଥମେ ରା.ଉଦୟଗିରି ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ୨୯ଜଣଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନେ ବର୍ତ୍ତମାନ ମଧ୍ୟ ରା.ଉଦୟଗିରି ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିବା ରା.ଉଦୟଗିରି ମେଡିକାଲର ଡାକ୍ତର ସୁଧାଂଶୁ ଶେଖର ପଣ୍ଡା ସୂଚନା ଦେଇଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଏବଂ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଥାନାକୁ ଆଣି ତଦନ୍ତ ଆଗକୁ ନେଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣଙ୍କର ମୃତୁ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ନିକଟତମ ଆତ୍ମୀୟଙ୍କ ପାଇଁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ସମସ୍ତ ଆହତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଘଟଣାରେ ଗଭୀର ଶୋକପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଗଜପତି ଜିଲ୍ଲାରେ ଘଟିଥିବା ଅଭାବନୀୟ ସଡ଼କ ଦୁର୍ଘଟଣାରେ ମୃତାହତ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦ୍ଗତି କାମନା କରୁଛି । ରା.ଉଦୟଗିରି ବ୍ଲକ୍ ପକ୍ଷରୁ ରେଡ୍କ୍ରସ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨୦ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ବିଡିଓ ପ୍ରଦୀପ କୁମାର ନାଏକ ସୂଚନା ଦେଇଛନ୍ତି ।
ସେପଟେ ମଙ୍ଗୁଳା ଝିଅକୁ ଧରି ବରଯାତ୍ରୀଙ୍କ ବାଟ ଚାହିଁ ବସିଥିବା କନ୍ୟାଘର ଲୋକ ମଧ୍ୟ ଏ ନେଇ ଖୁବ୍ ଭାଙ୍ଗି ପଡ଼ିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons