୪ ମାସର ଭତ୍ତା ହଡ଼ପ ଅଭିଯୋଗ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): ଲକ୍ଡାଉନ୍ର ଫାଇଦା ନେଇ ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ପଞ୍ଚାୟତରେ ଭତ୍ତା ହଡ଼ପ ଅଭିଯୋଗ ହୋଇଛି । ଏନେଇ ହିତାଧିକାରୀଙ୍କ ସମେତ ପଞ୍ଚାୟତ ଲୋକପ୍ରତିନିଧି ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଆଜି ନାଏବ ସରପଞ୍ଚ ଦଣ୍ଡପାଣି ବେହେରାଙ୍କ ନେତୃତ୍ୱରେ ୪ ହିତାଧିକାରୀଙ୍କୁ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଭତ୍ତା ପାଇନଥିବା ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ କୃଷ୍ଣଚନ୍ଦ୍ର ଦଳବହେରା, ବିଧବା ହିତାଧିକାରୀ ଅବନୀ ମଲିକ, ପ୍ରମିଳା କହଁର, ଭିନ୍ନକ୍ଷମ ହିତାଧିକାରୀ ଅର୍ପିତା ମାଝୀ ପ୍ରମୁଖ ଅଭିଯୋଗ କରିଛନ୍ତି । ତୁରନ୍ତ ସେମାନଙ୍କ ଭତ୍ତା ପ୍ରଦାନ ପାଇଁ ପଦକ୍ଷେପ ନନେଲେ ବାଧ୍ୟ ହୋଇ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅଭିଯୋଗ ପାଇବା ପରେ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁÂାନ ଗ୍ରହଣ କରିବେ ବୋଲି ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ପ୍ରତିଶ୍ରୁତି ଦେଇଛନ୍ତି । ଅଭିଯୋଗରୁ ଜଣାପଡ଼ିଛି ଯେ ଲକ୍ଡାଉନ ଯୋଗୁଁ ହିତାଧିକାରୀମାନେ ଭତ୍ତା ନେବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ପାରିନଥିଲେ । ହିତାଧିକାରୀଙ୍କ ନିକଟରେ ଭତ୍ତା ପହଞ୍ଚାଇବା ସରକାରଙ୍କ ନିଦେ୍ର୍ଧଶ ଥିଲା । ତେବେ ସୁଡ୍ରୁକୁମ୍ପା ପଞ୍ଚାୟତର ଅନେକ ହିତାଧିକାରୀ ଗତ ୪ ମାସ ହେଲା ଭତ୍ତା ପାଇ ନଥିବା ଅଭିଯୋଗ ହୋଇଛି । ଏହି ଘଟଣା ନାଏବ ସରପଞ୍ଚ ଦଣ୍ଡପାଣି ବେହେରାଙ୍କ ଠାରେ ଅଭିଯୋଗ କରିଥିଲେ । ଅଭିଯୋଗ ସମ୍ପର୍କରେ ନାଏବ ସରପଞ୍ଚ ପଚାରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା । ଏନେଇ ସରପଞ୍ଚଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିବାରୁ ପ୍ରତିକ୍ରିୟା ମିଳିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons