ସମ୍ବଲପୁର,(ବି.ବି.ନ୍ୟୁଜ୍): ଉତ୍ତରାଞ୍ଚଳ ଡିଭିଜନ୍ର ନୂତନ ଡିଆଇଜି ଭାବେ ଆଜି ହିମାଂଶୁ ଲାଲ ଯୋଗଦାନ କରିଛନ୍ତି । ସେ ବିଦାୟୀ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ, ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟ ସରକାର ଲାଗୁ କରିଥିବା ୫ଟିକୁ ପୁଲିସ ପ୍ରଶାସନ ବିଭାଗରେ ବି ସଫଳତାର ସହ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଲାଲ ପ୍ରକାଶ କରିଛନ୍ତି । ସେହିପରି ଡିଭିଜନ୍ ଅଧୀନରେ ଥିବା ମାଓ ଉପଦ୍ରୁତ ଇଲାକାରେ କମ୍ବିଂକୁ ଜୋରଦାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ବିଶେଷ କରି ପୁଲିସ ସହ ଲୋକଙ୍କ ଉତ୍ତମ ସଂପର୍କ ପ୍ରତିଷ୍ଠା ସାଙ୍ଗକୁ ଅପରାଧ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏହାଛଡା ବିଦାୟୀ ଡିଆଇଜି ଶ୍ରୀ ଭୋଇଙ୍କ ସମୟରେ ଯେଉଁଭଳି ଭାବେ ପୁଲିସିଂ ବ୍ୟବସ୍ଥାରେ ଉନ୍ନତି ଆସିଥିଲା, ସେହି ଧାରାକୁ ଅବ୍ୟାହତ ରଖାଯିବ ବୋଲି ଶ୍ରୀ ଲାଲ ପ୍ରତିଶ୍ରୁତି ଦେଇଛନ୍ତି ।
Comments are closed, but trackbacks and pingbacks are open.