ଜୟପୁର/ନନ୍ଦପୁର/ଉମରକୋଟ/ରାୟଗଡ଼ା,(ବି.ବି.ନୁ୍ୟଜ୍): ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟ ୯.୩୬ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଜୟପୁରରୁ ୪୨ କେଜି ଜବତ ହୋଇଥିବା ବେଳେ ଉମରକୋଟରୁ ୪ କୁଇଣ୍ଟାଲ ୭୯ କେଜି, ନନ୍ଦପୁରରୁ ୪କୁଇଣ୍ଟାଲ ୫କେଜି ଓ ରାୟଗଡାରୁ ସାଢେ ୯କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ୪ଟି ଘଟଣାରେ ଆଜି ଏକ ଭ୍ୟାନ ସହ ୨ଟି ବାଇକ ଜବତ କରାଯାଇଛି । ମୋଟ ୬ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫମାନେ ହେଲେ କୋକସରା ଥାନା ଡାବ୍ରିଗୁଡାର ଜଗନ୍ନାଥ ମାଝି(୧୯), ତ୍ରିନାଥ ମାଝି(୨୬), ଜୟପୁର ଭେଟନାରୀ କଲୋନୀର ବିପିନ ବାହାଦୁର(୩୯), ଉମରକୋଟ ମୁର୍ତ୍ତୂମାର ଦୁଲାଲ୍ ମଜୁମଦାର, ରାୟଗଡା ସିନ୍ଧାବେଡା ଗାଁର ଗୋବିନ୍ଦ ଖରା ଓ ନୂଆଗଡର ନନ୍ଦ ଖୋସଲା ।

ଆଜି ଜୟପୁର ସଦର ଥାନା ପୁଲିସ ଲମତାପୁଟରୁ କଳାହାଣ୍ଡି ଚାଲାଣବେଳେ ୨ ଗଞ୍ଜେଇ ମାଫିଆ ଜଗନ୍ନାଥ ଓ ତ୍ରିନାଥଙ୍କୁ ବ୍ରାହ୍ମଣୀଗାଁ ଫରେଷ୍ଟ ଗେଟ ନିକଟରୁ ଗିରଫ କରିଛି । ସେମାନଙ୍କ ପାଖରୁ ୪୨ କେଜି ଗଞ୍ଜେଇ ସହ ୨ଟି ବାଇକ, ଗୋଟିଏ ମୋବାଇଲ ଏବଂ ନଗଦ ଟଙ୍କା ଜବତ କରାଯାଇଥିବା ଓଆଇସି ଶିବଶଙ୍କର ସାହୁ କହିଛନ୍ତି । ଶନିବାର ପାଟ୍ରୋଲିଂ ଚାଲିଥିବା ବେଳେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ଓଆଇସି ଶ୍ରୀ ସାହୁଙ୍କୁ କୌଣସି ସୂତ୍ରରୁ ଖବର ଆସିଥିଲା ।
ଏସ୍ଆଇ ସଂଗ୍ରାମ କେଶରୀ ସ୍ୱାଇଁ, ଏଏସ୍ଆଇ ସପନ କୁମାର ସରକାରଙ୍କ ନେତୃତ୍ୱରେ ଏକ ଟିମ୍ ବ୍ରାହ୍ମଣୀଗାଁ ଫରେଷ୍ଟ ଗେଟ୍ ପାଖରେ ଜଗି ରହିଥିଲେ । ସେମାନେ ଆସୁଥିବା ୨ଟି ବାଇକ (ଓଆର-୧୦ ଏଚ୍-୧୮୩୪, ଓଡି-୧୦ ଏଫ-୭୪୯୦)କୁ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ୨ଟି ଜରି ବ୍ୟାଗରେ ଗଞ୍ଜେଇ ଥିବା ଜଣାପଡିଥିଲା । ଉଭୟଙ୍କ ଥାନାକୁ ଅଣାଯାଇ ଗିରଫ କରାଯାଇଥିଲା ।

ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିବା ଆମ୍ବାଗୁଡା ଫାଣ୍ଡି ଅଧିକାରୀ ନାରାୟଣ ପଟ୍ଟନାୟକ କହିଛନ୍ତି । ଅନୁରୂପ ଭାବେ ଉମରକୋଟ ଥାନା ମୁର୍ତ୍ତୂମା ୟୁଭି-୬ ଗାଁର ଦୁଲାଲଙ୍କ ଘରେ ଅବକାରୀ ବିଭାଗ ଚଢଉ କରି ୪କୁଇଣ୍ଟାଲ ୭୯କେଜି ଗଞ୍ଜେଇ ଜବତ କରିଥିଲା । ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗ କହିଛି । ବିଭାଗୀୟ ଅଧିକାରୀଙ୍କ ସହ ଡାବୁଗାଁ ତହସିଲଦାର ସୁବାସଚନ୍ଦ୍ର ସିଂଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା । ଅବକାରୀ ଏସପି ପ୍ରଦୀପକୁମାର ପଟ୍ଟନାୟକ କହିଛନ୍ତି ଯେ, ଗଞ୍ଜେଇଗୁଡିକ ମାଲକାନଗିରିରୁ ଅଣାଯାଇଥିଲା । ଏହାକୁ ଛତିଶଗଡର ବିଲାସପୁରକୁ ଚାଲାଣ ପାଇଁ ରଖାଯାଇଥିଲା ବୋଲି ଅଭିଯୁକ୍ତ ଦୁଲାଲ ସ୍ୱୀକାର କରିଥିବା ସେ କହିଛନ୍ତି । ଏହି ଚଢଉରେ ଜିଲ୍ଲା ଅବକାରୀ ବିଭାଗର ବିପ୍ରଚନ୍ଦ୍ର ମଣ୍ଡଳ, ଜଗଦୀଶପ୍ରସାଦ ନାଥ, ଚିତ୍ତରଞ୍ଜନ ପଟ୍ଟନାୟକ, ପ୍ରକାଶକୁମାର ଦାସ, ଜଗବନ୍ଧୁ ଜାନୀ ପ୍ରମୁଖ ସାମିଲ ଥିଲେ । ସେହିପରି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଜଲାପୁଟ ଅଞ୍ଚଳରୁ ଜୟପୁର ଚାଲାଣ ବେଳେ ନନ୍ଦପୁର ପୁଲିସ୍ ୪ କୁଇଣ୍ଟାଲ ୫ କେଜି ୫୩୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା ।ଏହି କାରବାରରେ ବ୍ୟବହୃତ ଏକ ପିକ୍ଅପ୍ ଭ୍ୟାନ୍କୁ ଜବତ କରିବା ସହ ଜୟପୁର ଭେଟନାରୀ କଲୋନୀର ବିପିନଙ୍କୁ ଗିରଫ କରାଯାଇଛି ।
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ନନ୍ଦମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିବା ଆମ୍ବାଗୁଡା ଫାଣ୍ଡି ଅଧିକାରୀ ନାରାୟଣ ପଟ୍ଟନାୟକ କହିଛନ୍ତି । ଅନୁରୂପ ଭାବେ ଉମରକୋଟ ଥାନା ମୁର୍ତ୍ତୂମା ୟୁଭି-୬ ଗାଁର ଦୁଲାଲଙ୍କ ଘରେ ଅବକାରୀ ବିଭାଗ ଚଢଉ କରି ୪କୁଇଣ୍ଟାଲ ୭୯କେଜି ଗଞ୍ଜେଇ ଜବତ କରିଥିଲା । ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗ କହିଛି । ବିଭାଗୀୟ ଅଧିକାରୀଙ୍କ ସହ ଡାବୁଗାଁ ତହସିଲଦାର ସୁବାସଚନ୍ଦ୍ର ସିଂଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା । ଅବକାରୀ ଏସପି ପ୍ରଦୀପକୁମାର ପଟ୍ଟନାୟକ କହିଛନ୍ତି ଯେ, ଗଞ୍ଜେଇଗୁଡିକ ମାଲକାନଗିରିରୁ ଅଣାଯାଇଥିଲା । ଏହାକୁ ଛତିଶଗଡର ବିଲାସପୁରକୁ ଚାଲାଣ ପାଇଁ ରଖାଯାଇଥିଲା ବୋଲି ଅଭିଯୁକ୍ତ ଦୁଲାଲ ସ୍ୱୀକାର କରିଥିବା ସେ କହିଛନ୍ତି । ଏହି ଚଢଉରେ ଜିଲ୍ଲା ଅବକାରୀ ବିଭାଗର ବିପ୍ରଚନ୍ଦ୍ର ମଣ୍ଡଳ, ଜଗଦୀଶପ୍ରସାଦ ନାଥ, ଚିତ୍ତରଞ୍ଜନ ପଟ୍ଟନାୟକ, ପ୍ରକାଶକୁମାର ଦାସ, ଜଗବନ୍ଧୁ ଜାନୀ ପ୍ରମୁଖ ସାମିଲ ଥିଲେ । ସେହିପରି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଜଲାପୁଟ ଅଞ୍ଚଳରୁ ଜୟପୁର ଚାଲାଣ ବେଳେ ନନ୍ଦପୁର ପୁଲିସ୍ ୪ କୁଇଣ୍ଟାଲ ୫ କେଜି ୫୩୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା ।ଏହି କାରବାରରେ ବ୍ୟବହୃତ ଏକ ପିକ୍ଅପ୍ ଭ୍ୟାନ୍କୁ ଜବତ କରିବା ସହ ଜୟପୁର ଭେଟନାରୀ କଲୋନୀର ବିପିନଙ୍କୁ ଗିରଫ କରାଯାଇଛି । ପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ତପନ କୁମାର ମହାନନ୍ଦ କହିଛନ୍ତି । ଶନିବାର ପୂର୍ବାହ୍ଣ ସାଢେ ୧୧ଟା ବେଳେ ପୀତାଗୁଡା ଟୋଲ୍ ଗେଟ୍ ନିକଟରେ ପାଟ୍ରୋଲିଂ ବେଳେ ଜଲାପୁଟ ଅଞ୍ଚଳରୁ ଗଞ୍ଜେଇ ବୋଝେଇ ପିକ୍ଅପ୍ ଭ୍ୟାନ୍(ଓଡି-୧୦ଡି-୪୫୦୮) ଦ୍ରୁତଗତି ଆସୁଥିବା ଦେଖି ପୁଲିସ୍ ସନେ୍ଦହରେ ତାକୁ ଅଟକାଇଥିଲା । ଯାଞ୍ଚ ବେଳେ ଗାଡିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ଗଞ୍ଜେଇ ବୋଝେଇ ଗାଡିକୁ ପୁଲିସ୍ ଜବତ କରିବା ସହ ଅଭିଯୁକ୍ତକୁ ଥାନାକୁ ଆଣିଥିଲା । ୧୯ଟି ଜରି ବସ୍ତାରେ ମୋଟ ୪୦୫ କେଜି ୫୩୦ ଗ୍ରାମ ଗଞ୍ଜେଇ ଥିଲା ବୋଲି ଏସଡିପିଓ ଶ୍ରୀ ମହାନନ୍ଦ କହିଛନ୍ତି । ରାୟଗଡା ଜିଲ୍ଲାରେ ରବିବାର ଜଗଦଲପୁର-ହାୱଡ଼ା ଟ୍ରେନରୁ ସାଢେ ୯ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ପୁଲିସ ମାଲକାନଗିରି ଜିଲ୍ଲା ସିନ୍ଧାବେଡ଼ାର ଗୋବିନ୍ଦ ଖରା ଏବଂ ନୂଆଗଡ଼ର ନନ୍ଦ ଖୋସଲାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୋବିନ୍ଦ ଏବଂ ନନ୍ଦ ଗଞ୍ଜେଇ ଧରି କୋରାପୁଟରୁ ଝାରସୁଗୁଡ଼ାକୁ ଟ୍ରେନରେ ଯାଉଥିଲେ । କୌଣସି ସୂତ୍ରରୁ ଖବର ପାଇ ଆରପିଏଫ୍ କର୍ତ୍ତୃପକ୍ଷ ଟ୍ରେନରେ ଚଢ଼ଉ କରିଥିଲେ । ଚଢ଼ାଉ ବେଳେ ଉଭୟଙ୍କ ନିକଟରୁ ଗଞ୍ଜେଇ ମିଳିଥିଲା । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆରପିଏଫ୍ ଆଇଆଇସି ଡି.ଏନ ତ୍ରିଲୋକ କହିଛନ୍ତି ।
Comments are closed, but trackbacks and pingbacks are open.