୫୦୦ କେଜି ଗଞ୍ଜେଇ ଜବତ, ୨ ଅଟକ

Get real time updates directly on you device, subscribe now.

କୋଦଳା,(ବି.ବି.ନୁ୍ୟଜ): କୋଦଳା ଥାନା ଅନ୍ତର୍ଗତ ବାଦର୍ଖପଲ୍ଲୀ ଗ୍ରାମର ଏକ ଘର ଉପରେ ଚଢ଼ଉ କରି ୫୦୦ କେଜିରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ କରିଛି କୋଦଳା ପୁଲିସ । କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ ହୋଇଛି । ଘଟଣାସ୍ଥଳରେ କୋଦଳା ଆଇଆଇସି ଦେବାଶିଷ ମହାନ୍ତି, ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଉପସ୍ଥିତ ଥିଲେ । ଗତ ୪ ମାସ ଭିତରେ କୋଦଳା ପୁଲିସ ଏକାଧିକ ଗଞ୍ଜେଇ ମାମଲା ଧରିବାରେ ସଫଳ ହୋଇଛି । ପ୍ରଥମେ କଞ୍ଚଣା ନିକଟରୁ ୯୦୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଭାଟପଡ଼ା ନିକଟରୁ ୩୪୦ କେଜି, କଞ୍ଚଣା ନିକଟରୁ ୧୦୦ କେଜି, ବେତେରାପାଲି ନିକଟରୁ ୧୦୦୦ କେଜି ଜବତ କରିଥିଲା । ଆଜି ୫୦୦ କେଜିରୁ ଉଦ୍ଧ୍ୱର୍ ଗଞ୍ଜେଇ ଧରିବା ସହ ୨ ଜଣକୁ ଅଟକ ରଖିଛି । ଏହି ଅଞ୍ଚଳରୁ ବିଭିନ୍ନ ବାଟରେ କୋଲକାତା, ଝାଡ଼ଖଣ୍ଡ, ସୁରଟ, ମୁମ୍ବାଇକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ଓ ଅବକାରୀ ବିଭାଗର ନିଦ ହଜାଇ ଦେଇଛି । ଏବେ ଗଞ୍ଜେଇ ଚୋରା ଚାଲାଣର ମାଷ୍ଟରମାଇଣ୍ଡ କେବେ ଧରାପଡ଼ୁଛି ଦେଖିବାକୁ ରହିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons