୫୦ କେଜି ଗଞ୍ଜେଇ ଜବତ, ୨ ଗିରଫ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜିଲ୍ଲା ସୀମାନ୍ତ ମୋଟୁ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ୫୦ କେଜି ୨ ଶହ ଗ୍ରାମ ଗଞ୍ଜେଇ ସହ ୨ ହଜାର ଟଙ୍କା, ୨ ଟି ମୋବାଇଲ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ଓରକେଲ ଥାନା ବାଲିମେଲା ସହର ଡ୍ରଗଲାଇନର କୁନା ନାୟକ ଓ କୁମାର ପାତ୍ର । ଏମାନେ ଆନ୍ଧ୍ରକୁ ବିକ୍ରି କରିବାକୁ ଏହି ଗଞ୍ଜେଇ ନେଉଥିଲେ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ସୋମବାର ସକାଳେ ମୋଟୁ ଥାନା ପୁଲିସ ପକ୍ଷରୁ ଗୋରସପାଲ୍ଲୀ ସିଲେରୁ ନଦୀ ଘାଟ ନିକଟରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ସେହି ରାସ୍ତା ଦେଇ ସିଲେରୁ ନଦୀପାର ହୋଇ ଆନ୍ଧ୍ରପ୍ରଦେଶକୁ ଦୁଇଜଣ ଯୁବକ ସନେ୍ଦହଜନକ ଅବସ୍ଥାରେ ଯାଉଥିଲେ । ପୁଲିସ ଦୁହିଁଙ୍କୁ ଗୋଡାଇ ଧରିଥିଲା । ଏମାନଙ୍କ ବ୍ୟାଗ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons