୫୦ ଲକ୍ଷର ଗଞ୍ଜେଇ ଜବତ

Get real time updates directly on you device, subscribe now.

ଜଗତପୁର: ଜଗତପୁର ନିକଟ ମହାନଦୀ ବ୍ରିଜ ଉପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏକ ଟ୍ରକ୍ରୁ ଜଗତପୁର ପୁଲିସ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇ ପରିମାଣ ସାଢେ ୫ କ୍ୱିଣ୍ଟାଲ ଏବଂ ଏହାର ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଓ ଗଞ୍ଜେଇ ମାଫିଆ ଟ୍ରକ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ ପୁଲିସକୁ ଚୋରାଚାଲାଣ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ । ତେବେ ଜବତ ଟ୍ରକ ନମ୍ବର ଆଧାରରେ ତଦନ୍ତ ଆରମ୍ଭ କରିବା ସହ ଟ୍ରକ ମାଲିକକୁ ଠାବ କରି ଚୋରାଚାଲାଣ ସମ୍ପର୍କରେ ବିସ୍ତୃତ ତଥ୍ୟ ପାଇବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି ।
ଆଜି କଟକ ଦେଇ ଏକାଧିକ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଛି ବୋଲି ଗୁଇନ୍ଦା ସୂତ୍ରରୁ ଉଭୟ ଅବକାରୀ ବିଭାଗ ଓ ପୁଲିସକୁ ସୂଚନା ମିଳିଥିଲା । ଏହି ଆଧାରରେ ଆଜି ସକାଳେ ମଙ୍ଗୁଳି ପାଖରେ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଏକ କାର୍ ଓ ଏକ ଟ୍ରକ୍କୁ ଧରିବା ପାଇଁ ଛକି ରହିଥିଲା । ତେବେ ଅବକାରୀ ଟିମ୍ ଏକ ସନ୍ଦିଗ୍ଧ କାର୍କୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ପ୍ରାୟ ୬୩ କେଜି ଗଞ୍ଜେଇ ଜବତ ହୋଇଥିଲା । ଏହାପରେ ଅବକାରୀ ଟିମ୍ ମଙ୍ଗୁଳିରୁ ପଳାଇ ଆସିଥିଲା । ମାତ୍ର ଟ୍ରକ୍କୁ ଧରିବା ପାଇଁ ଜଗତପୁର ଗୋଲେଇ ଛକ ପାଖରେ ଆଇଆଇସି ରବିନ୍ଦ୍ର ନାଥ ମେହେରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଛକି ରହିଥିଲେ । ଏହାର କିଛି ସମୟ ମଧ୍ୟରେ ମହାନଦୀ ବ୍ରିଜ ଉପରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିବା ପୁଲିସକୁ ଖବର ମିଳିଥିଲା । ଖବର ପାଇ ପୁଲିସ ବ୍ରିଜ ଉପରେ ପହଞ୍ଚିବାରୁ ସେଠାରେ ଓଆର୦୨-ଏପି-୫୬୪୧ ନମ୍ବର ଥିବା ଟାଟା ୧୧୦୯ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇ ବ୍ରିଜ ଉପରେ ଅଟକି ରହିଥିବା ବେଳେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଦେଖିବାକୁ ପାଇଥିଲେ । ତେବେ ଟ୍ରକ ଯାଞ୍ଚ ସମୟରେ ଟ୍ରକ ଡାଲାରେ କିଛି ପଲିଥିନ ଜରିରେ ଭର୍ତ୍ତି ଗଞ୍ଜେଇ ପ୍ୟାକେଟ୍ ପଡିଥିବା ଦେଖି ପୁଲିସ ଟ୍ରକକୁ ଥାନାକୁ ଆଣିଥିଲା । ଥାନାରେ ଟ୍ରକ ଯାଞ୍ଚ ସମୟରେ ଡ୍ରାଇଭର ସିଟ୍କୁ ପଛ ଡାଲା ସହ ସଂଯୋଗ କରୁଥିବା ଏକ ଚ୍ୟାମ୍ବର ଥିବା ଦେଖିଥିଲେ । ଏଥିରେ ଗଞ୍ଜେଇ ଗଛିତ ରହିଥିବା ପୁଲିସର ସନେ୍ଦହ ହୋଇଥିଲା । ପୁଲିସ କଟର ମେସିନ ସାହାଯ୍ୟରେ ଉକ୍ତ ଚ୍ୟାମ୍ବରକୁ କାଟିବା ସମୟରେ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ପ୍ୟାକେଟ୍ ଦେଖି ତାଜୁବ୍ ହୋଇଯାଇଥିଲା । ଟ୍ରକ୍ ଡାଲା ଓ କ୍ୟାବିନ୍କୁ ସଂଯୋଗ କରୁଥିବା ଏହି ୬ ଫୁଟ୍ ଲମ୍ବ ଓ ଦୁଇ ଫୁୁଟ୍ ଚଉଡାର ସିକ୍ରେଟ୍ ଚ୍ୟାମ୍ବର ଭିତରେ ପ୍ରାୟ ୩ ଶହରୁ ଉଦ୍ଧ୍ୱର୍ ଗଞ୍ଜେଇ ପ୍ୟାକେଟ୍ ବାହାରିଥିଲା । ପଲିଥିନ ପ୍ୟାକେଟ୍ରେ ଭର୍ତ୍ତି ଏହି ଗଞ୍ଜେଇର ଓଜନ ସାଢେ ୫ କ୍ୱିଣ୍ଟାଲ୍ ଏବଂ ଆନୁମାନିକ ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କଟକ ଜୋନ୍-୧ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons