୫୦ ହଜାର ଲିଟର ପୋଚ, ୫ ହଜାର ଲିଟର ଦେଶୀ ମଦ ନଷ୍ଟ

Get real time updates directly on you device, subscribe now.

ବାଲେଶ୍ୱର: ବାଲେଶ୍ୱର ଜିଲ୍ଳା ଅବକାରୀ ଓ ପୁଲିସ ବିଭାଗ ପକ୍ଷରୁ ପୁରୁଣାବାଲେଶ୍ୱରର ଅଞ୍ଚଳରେ ମଦରନ୍ଧା ଆଡ୍ଡା ଉପରେ ବୁଧବାର ଚଢଉ କରି ଏକ ବଡ ଧରଣର ସଫଳତା ହାସଲ କରିଛି । ଏହି ଚଢଉରେ ୫୦ ହଜାର ଲିଟର ମଦ ପୋଚ ଓ ୫ ହଜାର ଲିଟର ରନ୍ଧା ମଦକୁ ନଷ୍ଟ କରାଯିବା ସହ ଲକ୍ଷ ଲକ୍ଷ ଟଙ୍କାର ମଦରନ୍ଧା ସାମଗ୍ରୀକୁ ଜବଦ୍ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଗତ ୩୦ ବର୍ଷ ମଧ୍ୟରେ ଉକ୍ତ ଅଞ୍ଚଳରେ ହୋଇଥିବା ଚଢଉ ମଧ୍ୟରେ ଏହା ଏକ ବଡ ଧରଣର ଚଢଉ ବୋଲି ସାଧାରଣରେ କୁହାଯାଉଛି । ଜିଲ୍ଳା ଅବକାରୀ ଅଧୀକ୍ଷକ ଆସଫ୍ ଅଲ୍ଲୀଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢଉରେ ତିନିଜଣ ପୁଲିସ୍ ଡିଏସପି ଏବଂ ୫ ପ୍ଲାଟୁନ ଫୋର୍ସ ସମେତ ୩୦ ଜଣ ଲେବରଙ୍କୁ ମିଶାଇ ମୋଟ ୧୫୦ ଜଣ ମୁତୟନ ଥିଲେ ।
ଖବରରୁ ପ୍ରକାଶ, ଗତ କିଛିବର୍ଷ ମଧ୍ୟରେ ପୁରୁଣା ବାଲେଶ୍ୱର ଅଞ୍ଚଳରେ ବ୍ୟାପକ ଚୋରାମଦ କାରବାର ବଢି ଚାଲିଥିଲା । ଉକ୍ତ ଅଞ୍ଚଳରୁ ମଦ ପ୍ରସ୍ତୁତ କରି ବାଲେଶ୍ୱର ଜିଲ୍ଳା ସମେତ ଭଦ୍ରକ ଓ ମୟୂରଭଞ୍ଜ ଅଞ୍ଚଳକୁ ଚାଲାଣ କରାଯାଉଥିଲା । ଏଣୁ ଏହାକୁ ରୋକିବା ପାଇଁ ବିଭିନ୍ନ ସମାଜିକ ଅନୁÂାନ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଜିଲ୍ଳାପାଳ ଓ ଏସପିଙ୍କ ପାଖରେ ଅଭିଯୋଗ ହୋଇଆସୁଥିଲା । ଏହି ଅଭିଯୋଗ ମୂଳେ ଉକ୍ତ ଅଞ୍ଚଳରେ ଚୋରାମଦ କାରବାରକୁ ରୋକିବା ପାଇଁ ଜିଲ୍ଳାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଓ ଅବକାରୀ ଅଧୀକ୍ଷକଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏଥିପାଇଁ ପ୍ରାୟ ଏକ ସପ୍ତାହ ପୂର୍ବରୁ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ଏକ ଚଢଉ କରାଯାଇ ବିପୁଳ ପରିମାଣରେ ମଦପୋଚ ଓ ରନ୍ଧାମଦକୁ ନଷ୍ଟ କରାଯାଇଥିଲା । ପୁଣି ମଦରନ୍ଧା କାର୍ଯ୍ୟ ଆରମ୍ଭ ହେବାର ଖବର ପାଇ ବୁଧବାର ଅବକାରୀ ଅଧିକ୍ଷକ ସେକ୍. ଆସଫ ଅଲ୍ଲୀଙ୍କ ନେତୃତ୍ୱରେ ଏକ ଚଢଉ କରାଯାଇଛି । ଏହି ଚଢଉରେ ଡିଏସପି ଅମୂଲ୍ୟ କୁମାର ଧଳ, ଶ୍ରୀହର୍ଷ ମିଶ୍ର ଓ ଅଶୋକ ରାୟଙ୍କ ସମେତ ସଦର ଅବକାରୀ ଇନିସପେକ୍ଟର ପ୍ରବୀଣ କୁମାର ପ୍ରଧାନ, ମୋବାଇଲ ଇନିସପେକ୍ଟର ଗାଲୁରାମ ସୋରେନ, ନୀଳଗିରି ଅବକାରୀ ଇନିସପେକ୍ଟର ନାରାୟଣ ବେହେରା, ଚାନ୍ଦିପୁର ଥାନା ଅଧିକାରୀ ଅଜୟ ମୁର୍ମୁ, ଶିଳ୍କାଞ୍ଚଳ ଥାନା ଅଧିକାରିଣୀ ମିନତୀ ବିଶ୍ୱାଳ, ଟାଉନଥାନା ଭାରପ୍ରାପ୍ତ ଅଧିକାରୀ ସାଲଖା ମୁର୍ମୁ, ସଦର ଅବକାରୀ ସବଇନିସପେକ୍ଟର କୁଳମଣି ମହାରଣା ପ୍ରମୁଖ ସମେତ ଅବକାରୀ ବିଭାଗର ବହୁ କର୍ମଚାରୀ ଓ ୫ ପ୍ଲାଟୁନ ପୁଲିସ୍ ଫୋର୍ସ ସାମିଲ ଥିଲେ । ଏଥିପାଇଁ ୩୦ ଜଣ ଲେବରଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । ଏହି ଚଢଉରେ ମୋଟ ୧୫୦ ଜଣ ସାମିଲ ଥିଲେ । ଚଢଉ ସମୟରେ ମଦ ରାନ୍ଧୁଥିବା ଅଭିଯୁକ୍ତମାନେ ଚତୁରତାର ସହ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଅବକାରୀ ବିଭାଗ ଓ ପୁଲିସ୍ ବିଭାଗ ପକ୍ଷରୁ ମୋଟ ୧୨ଟି ମାମଲା ଋଜୁ କରାଯାଇ ଫେରାର ଅଭିଯୁକ୍ତ ମାନଙ୍କୁ ଧରିବାକୁ ଅନୁସନ୍ଧାନ ଜାରି ରଖାଯାଇଛି । ଏହି ଚଢଉରେ ମାଜିଷ୍ଟେ୍ରଟ ଭାବେ ସଦର ଆଡିସିନାଲ ତହସିଲଦାର ଅତନୁ ପ୍ରଧାନ ଦାୟିତ୍ୱରେ ରହିଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons