କଟକ, (ବି.ବି.ନୁ୍ୟଜ୍): ନବନିଯୁକ୍ତ ୧୭ ଜଣ ଓପିଏସ୍ ଅଫିସରଙ୍କ ସମେତ ମୋଟ ୫୧ ଜଣ ଡିଏସ୍ପି ପାହ୍ୟାର ଅଫିସରଙ୍କ ସ୍ତରରେ ବଦଳି କରାଯାଇଛି । ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀରୁ ଟ୍ରେନିଂ ଶେଷ ହେବା ପରେ ଡିଏସ୍ପି ସ୍ନେହାଶିଷ ସାହୁଙ୍କୁ ରାଇରଙ୍ଗପୁର ଏସ୍ଡିପିଓ ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ନବନିଯୁକ୍ତ ଡିଏସ୍ପି ରିତେଶ କୁମାର ମହାପାତ୍ରଙ୍କୁ କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ଡିଏସ୍ପି, ସାର୍ଥକ ରାୟଙ୍କୁ ଡିଏସ୍ପି ଆଇସିଏଡବ୍ଲୁ ବ୍ରହ୍ମପୁର, ଦିଲ୍ଲୀପ ଦାସଙ୍କୁ ଏସ୍ଡିପିଓ ବ୍ରଜରାଜନଗର, ମନୋବ୍ରତା ଶତପଥୀଙ୍କୁ ଡିଏସ୍ପି ଆଇସିଏଡବ୍ଲୁ ପୁରୀ, ମଧୁସିକ୍ତା ମିଶ୍ରଙ୍କୁ ଏସ୍ଡିପିଓ ସୁନ୍ଦରଗଡ଼, ସତ୍ୟବିକାଶ ଭୁୟାଁଙ୍କୁ ଏସ୍ଡିପିଓ ବଡ଼ବିଲ୍, ସୀମା ସ୍ୱାଇଁଙ୍କୁ ଏସ୍ଡିପିଓ ପୁରଷୋତ୍ତମପୁର, ହିମାଂଶୁ ବେହେରାଙ୍କୁ ଡିଏସ୍ପି ସମ୍ବଲପୁର ଜିଲ୍ଲା ପୁଲିସ୍ ମୁଖ୍ୟାଳୟ, ଅଙ୍କିତା କୁମ୍ଭାରଙ୍କୁ ଏସ୍ଡିପିଓ ଜଳେଶ୍ୱର, ସୁନାରାମ ହେମ୍ବ୍ରମ୍ଙ୍କୁ ଏସ୍ଡିପିଓ ଚିତ୍ରକୋଣ୍ଡା, କେ. କୋନ୍ଦଦରା ହରିପ୍ରସାଦଙ୍କୁ ଏସ୍ଡିପିଓ ବାରିପଦା ସଦର, ମହେନ୍ଦ୍ରନାଥ ମୁର୍ମୁଙ୍କୁ ଏସଡିପିଓ ଫୁଲବାଣୀ ସଦର, ଶନ୍ତନୂତନ ସମ୍ପଦଙ୍କୁ ଡିଏସପି ପସିଆର ସେଲ୍ ରାଉରକେଲା, ଦେବଜ୍ୟୋତି ଦାସଙ୍କୁ ଏସିପି ଟ୍ରାଫିକ୍ କଟକ କମିସନରେଟ୍ ପୁଲିସ୍ ଓ ସ୍ୱସ୍ତିକ୍ ପଣ୍ଡାଙ୍କୁ ଏସିପି ଟ୍ରାଫିକ୍ ଭୁବନେଶ୍ୱର କମିସନରେଟ୍ ପୁଲିସ୍ ଭାବେ ଅବସ୍ଥାପିତ କରାଯାଇଛି ।
ସେହିପରି ଡିଏସ୍ପି ଚିନ୍ମୟ ନାୟକଙ୍କୁ ମାଲକାନଗିରିରୁ ଏସ୍ଡିପିଓ ଯାଜପୁର ଭାବେ ବଦଳି କରାଯାଇଛି । ସସ୍ମିତା ସାହୁ ପୁରୀରୁ ଡିଏସ୍ପି ଅର୍ଥନୈତିକ ଅପରାଧ ଶାଖା ଭୁବନେଶ୍ୱରକୁ ବଦଳି ହୋଇଯାଇଥିବା ବେଳେ ଗୌତମ କିଶାନଙ୍କୁ ବଲାଙ୍ଗୀରରୁ ଏସ୍ଡିପିଓ ଛତ୍ରପୁର, ମାନସ ରଞ୍ଜନ ବାରିକ୍ ଏସ୍ଡିପିଓ ଚିତ୍ରକୋଣ୍ଡାରୁ ଏସ୍ଡିପିଓ ବାଲିଗୁଡ଼ା, ନିବେଦିତା ସୋରେନ୍ ସୁନ୍ଦରଗଡ଼ରୁ ଏସ୍ଡିପିଓ ବୀରମିତ୍ରପୁର, ପ୍ରଦୀପ୍ତ କୁମାର ଦଳେଇ ଗଞ୍ଜାମରୁ ଏସ୍ଡିପିଓ ନିମାପଡ଼ା, ହେମନ୍ତ ପଣ୍ଡା ଅନୁଗୁଳରୁ ପୁରୀ, ସୁଦର୍ଶନ ଦାସଙ୍କୁ ଜଳେଶ୍ୱରରୁ ସ୍ପେସାଲବ୍ରାଞ୍ଚ, ରଞ୍ଜିତ୍ କୁମାର ପୃଷ୍ଟିଙ୍କୁ ଏସ୍ଡିପି ବସ୍ତାରୁ ଏସ୍ଡିପିଓ ଜଗତସିଂହପୁର, ସୁଦାମ ସାହୁ ନୀଳଗିରିରୁ ବାଲେଶ୍ୱର, ମନୋଜ ରାଉତ ବାଲେଶ୍ୱର ପୁଲିସ୍ ମୁଖ୍ୟାଳୟରୁ ସିଟି ଡିଏସ୍ପି ବାଲେଶ୍ୱର, ସୁରେଶ କୁମାର ଦାସ ସାଲେପୁରରୁ ଏସ୍ଡିପିଓ ବାଲୁଗାଁ, ଉକ୍ରଳ କେଶରୀ ଦାସ ଛତ୍ରପୁରରୁ ପିସିଆର ସେଲ୍ ଗଞ୍ଜାମ,

ନିମାଇଁ ଚରଣ ସେଠୀ ପୁରୁଷୋତ୍ତମପୁରରୁ ଏସ୍ଡିପିଓ ସାଲେପୁର, ଦିଲ୍ଲୀପ ଚନ୍ଦ୍ର ବାଗ୍ ବଡ଼ବିଲ୍ରୁ କେନ୍ଦୁଝର, ସ୍ୱପ୍ନା ରଞ୍ଜନ ମାହାପାତ୍ର ଏସ୍ଡିପିଓ ଉଦଳାରୁ ଡିଏସ୍ପି ଜଗତସିଂହପୁର, ଭବାନୀଚରଣ ଉଦ୍ଗାତା ସମ୍ବଲପୁର ସଦରରୁ ଏସ୍ଡିପିଓ ଭଦ୍ରକ, ଜଳନ୍ଧର ଜାଲି ଭଦ୍ରକରୁ ଏସ୍ଡିପିଓ ବସ୍ତା, ସୁନୀଲ୍କାନ୍ତ ବାଲୁଗାଁରୁ ଖୋର୍ଦ୍ଧା ଡିଏସ୍ପି, ବଳଭଦ୍ର ଦୀପ୍ ସୁନ୍ଦରଗଡ଼ରୁ ଏସ୍ଡିପିଓ କୋରାପୁଟ ସଦର, ତପନ ମହାନନ୍ଦ ନନ୍ଦପୁରରୁ କୋରାପୁଟ, ଧୀରେନ୍ଦ୍ର କୁମାର ସ୍ୱାଇଁ କୋରାପୁଟରୁ ଏସ୍ଡିପିଓ ନବରଙ୍ଗପୁର, କେଦାରନାଥ ସାହୁ ଯାଜପୁର ରୋଡ଼ରୁ ଏସ୍ଡିପିଓ ଉଦଳା, ଆଲବିନିୟସ୍ କେରକେଟା ଏସ୍ଡିପିଓ ଫୁଲବାଣୀରୁ କନ୍ଧମାଳ ଡିଏସ୍ପି, ପ୍ରକାଶଚନ୍ଦ୍ର ଜେନା ଗଜପତିରୁ ଏସଡିପିଓ ପାରଳାଖେମୁଣ୍ଡି, ଶ୍ରୀନିବାସ ମହାନ୍ତି ଖଣ୍ଡପଡ଼ାରୁ ପିସିଆର ସେଲ୍ କଟକ,
ବିଶ୍ୱପ୍ରକାଶ ପଟ୍ଟନାୟକ କଟକ ପିସିଆର ସେଲ୍ରୁ ଏସ୍ଡିପିଓ ଖଣ୍ଡପଡ଼ା, ପ୍ରକାଶଚନ୍ଦ୍ର ପାଲ ଜଗତସିଂହପୁରରୁ ଏସିପି କମିସନରେଟ୍ ପୁଲିସ୍, ରଜତ କୁମାର ରାୟ ବାଲେଶ୍ୱରରୁ ଏସିପି କମିସନରେଟ୍ ପୁଲିସ୍, କଟକ କମିସନରେଟ୍ ଏସିପି ଟ୍ରାଫିକ୍ ଯତିନ୍ଦ୍ର କୁମାର ପଣ୍ଡା ଭଦ୍ରକ ଓ ଭୁବନେଶ୍ୱର କମିସନରେଟ୍ ଟ୍ରାଫିକ୍ ଏସିପି କିଶୋର ପାଣିଗ୍ରାହୀ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖାକୁ ବଦଳି ହୋଇଯାଇଛନ୍ତି । ନୟାଗଡ଼ ପୁଲିସ୍ ଜିଲ୍ଲାରେ କାର୍ଯ୍ୟରତ ଥିବା ଇନ୍ସପେକ୍ଟର ନିରଞ୍ଜନ କୁମାର ଧୀର ଡିଏସ୍ପି ପାହ୍ୟାକୁ ପଦୋନ୍ନତି ପାଇବା ପରେ ତାଙ୍କୁ ପିସିଆର ସେଲ୍ ବ୍ରହ୍ମପୁର ପୁଲିସ୍ ଜିଲ୍ଲାକୁ ବଦଳି କରାଯାଇଥିବାର ପୁଲିସ୍ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Comments are closed, but trackbacks and pingbacks are open.