୫୨୦ କି.ମି. ସମୁଦ୍ର ଯାତ୍ରା ପରେ ଚନ୍ଦ୍ରଭାଗାରେ ପହଞ୍ଚôଲେ ୧୬ ମତ୍ସଜୀବୀ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନୁ୍ୟଜ୍): ଆନ୍ଧ୍ରପ୍ରଦେଶର ତୁନି ଅଞ୍ଚଳରୁ ଏକ ସ୍ୱତନ୍ତ୍ର ଡଙ୍ଗାରେ ଆସିଥିବା ୧୬ ଜଣ ଅଣଓଡ଼ିଆ ମତ୍ସ୍ୟଜୀବୀ ମଙ୍ଗଳବାର ଭୋର ପ୍ରାୟ ୪ଟାବେଳେ ଚନ୍ଦ୍ରଭାଗା ଉପକୂଳରେ ଆସି ପହଞ୍ଚିଥିଲେ । ଏନେଇ ଖବର ପାଇବା ପରେ ସ୍ଥାନୀୟ ତହସିଲଦାର , ପୋଲିସ, ଏନଏସି ନିର୍ବାହୀ ଅଧିକାରୀ ପ୍ରମୁଖ ସେମାନଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିରେ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଭର୍ତ୍ତି କରିଥିଲେ । ଏହି ମତ୍ସ୍ୟଜୀବୀମାନଙ୍କ ମଧ୍ୟରୁ ୧୧ ଜଣ ଚନ୍ଦ୍ରଭାଗାର ହୋଇଥିବା ବେଳେ ୫ ଜଣ ପୁରୀ ପେଣ୍ଠକଟାର ବୋଲି ଜଣାପଡିଛି । ଏହି ଅଣଓଡ଼ିଆ ମତ୍ସ୍ୟଜୀବୀମାନେ ଓଡ଼ିଶାରେ ଦୀର୍ଘ ଦିନ ହେଲଶ ରହି ଆସୁତôବା ବେଳେ ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରନ୍ତି । ହେଲେ ଦୁଇ ମାସ ହେଲା ସେମାନେ ନିଜ ଗାଁ ତୁନିକୁ ଯାଇ ଲକ୍ଡାଉନ୍ରେ ଫସି ରହି ଯାଇଥିଲେ । ତେବେ ସେମାନଙ୍କ ପରିବାର ଲୋକେ ଏଠାରେ ରହୁଛନ୍ତି । ମତ୍ସ୍ୟଜୀବୀମାନେ ନିଜ ଖର୍ଚ୍ଚରେ ଏକ ଡଙ୍ଗା କିଣି ରବିବାର ସମୁଦ୍ରରେ ଯାତ୍ରା ଆରମ୍ଭ କରିଥିଲେ । ୫୨୦ କିଲୋମିଟର ଯାତ୍ରା କରି ମଙ୍ଗଳବାର ଭୋରରେ ସେମାନେ ଚନ୍ଦ୍ରଭାଗାରେ ପହଞ୍ଚôଛନ୍ତି । ଏ ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ ଚନ୍ଦ୍ରଭାଗା ଉପକୂଳରେରାତି ତମାମ ପାଟ୍ରୋଲିଂ କରି ସେମାନଙ୍କୁ ଅପେକ୍ଷା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons