୫୫ ଲକ୍ଷ ଟଙ୍କାର ବାଉନସୁଗର ଜବତ ୨ ଗିରଫ

Get real time updates directly on you device, subscribe now.

ତିହିଡି, (ବି.ବି.ନୁ୍ୟଜ): ଚଳଚ୍ଚିତ୍ର ଢ଼ାଞ୍ଚାରେ ବ୍ରାଉନ୍ସୁଗର ବେପାରୀଙ୍କୁ ଅବକାରୀ ବିଭାଗ ଗୋଡେ଼ଇ ଗୋଡେ଼ଇ ଧରିଛି । ଜଣେ ବେପାରୀକୁ ତିହିଡ଼ି ଥାନାଠାରୁ ୨ କିଲୋମିଟର ଦୂର ନନ୍ଦପୁର ବଜାରରୁ ଗିରଫ ସହ ୨୩୦ଗ୍ରାମ ବ୍ରାଉନ୍ସୁଗର ଜବତ କରିଛି । ଚକମା ଦେଖାଇ ଖସି ଯାଉଥିବା ଅନ୍ୟ ଜଣେ ବେପାରୀକୁ ଅବକାରୀ ପୁଲିସ କଟକ ଗଡ଼ଗଡ଼ିଆ ଘାଟରୁ କାବୁ କରିଛି । ତାଙ୍କୁ ନିକଟରୁ ୨୨୫ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଜବତ ହୋଇଥିବା ମୋଟ ବ୍ରାଉନସୁଗରର ମୂଲ୍ୟ ୫୫ ଲକ୍ଷ ଟଙ୍କା ବୋଲି ପୁଲିସ କହିଛି ।
ମିଳିଥିବା ତଥ୍ୟ ଅନୁଯାୟୀ, ଦୀର୍ଘ ୨ ବର୍ଷ ହେଲା ତିହିଡ଼ି ଅଞ୍ଚଳକୁ ବ୍ରାଉନ୍ସୁଗର ବହୁଳ ମାତ୍ରାରେ ଆସି ବିକ୍ରି ହେଉଛି । ଏହି ଧଳା ପାଉଡର ଜଳେଶ୍ୱରରୁ ଆସି ଭଦ୍ରକର ୩ଟି ସ୍ଥାନରେ ଏହାର ହବ୍ ଖୋଲା ଯାଇଛି । ତିହିଡ଼ିରେ ଏହି ବଡ଼ ବେପାରୀଙ୍କ ଠାରୁ ୧୧ ଜଣ ଛୋଟ ବେପାରୀ ପାଉଡ଼ର କିଣି କଲେଜ ପଢ଼ୁଆ ଯୁବକ ଓ ପାଠ ଛାଡ଼ି ଥିବା ଯୁବକଙ୍କୁ କବଳିତ କରୁଛନ୍ତି । ଆଜି ଏହି ସବୁ ତଥ୍ୟ ସଂଗ୍ରହ କରି ଅବକାରୀ ପୁଲିସ୍ ଜଳେଶ୍ୱରରୁ ଆସିଥିବା ବେପାରୀଙ୍କୁ ସୋର ବଜାରରୁ ପିଛା କରିଥିଲେ । ଏହି ବେପାରୀ ଜଣକ ଧାମରା ରେଳ ଧାରଣା ଦେଇ ଆସିବା ପରେ ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାରରେ ଦୁଶାସନ ମଳିକଙ୍କ ପୁଅ କୈଳାସ ମଳିକଙ୍କୁ (୨୮) ଏହି ପାଉଡ଼ର ପ୍ୟାକେଟ୍ ଦେଇଥିଲେ । ପୁଲିସ୍ ପ୍ରଥମେ କୈଳାସଙ୍କୁ ନନ୍ଦପୁର ବଜାରରେ ମାଡ଼ି ବସିଥିଲେ ଏବଂ ତାଙ୍କ ପକେଟ୍ରୁ ୨୩୦ ଗ୍ରାମ ଓଜରର ବ୍ରାଉନ୍ସୁଗର ଜବତ କରିଥିଲେ । ଯାହାର ମୂଲ୍ୟ ୨୩ ଲକ୍ଷ ଟଙ୍କା ମୂଲ୍ୟ ବୋଲି ପୁଲିସ୍ କହିଛି । କୈଳାସଙ୍କୁ କେଶ୍ ୧୫୨/୨୧ ବଳରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । କୈଳାସ ମଳିକଙ୍କ ଘର କନ୍ଦପୁର ତରାସୁଣୀ ଗାଁରେ । ସେହିପରି କୈଳାସଙ୍କ ଠାରୁ ଖବର ସଂଗ୍ରହ କରି ଅବକାରୀ ପୁଲିସ୍ ଜଳେଶ୍ୱରରୁ ଆସିଥିବା କିଙ୍ଗ୍ ପିନ୍ ବେପାରୀ ସେକ୍ ଅବ୍ଦୁଲ୍ ହୋସେନ୍ (୩୮)କୁ ପିଛା କରିଥିଲେ । ସେକ ଅଦ୍ଧୁଲ ବାଇକ୍ ଯୋଗେ କଟକ ଯାଉଥିବା ପୁଲିସ ଜାଣିବାକୁ ପାଇଥିଲା । ଶେଷରେ କଟକ ଗଡ଼ ଗଡ଼ିଆ ଘାଟ ନିକଟରେ ତାକୁ କେନ୍ଦ୍ରୀୟ ଅବକାରୀ ଟିମ୍ ଗିରଫ କରିବା ସହ ବାଇକ୍ ଜବତ କରିଛି । ତାଙ୍କୁ ନିକଟରୁ ୨୨୫ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । କେସ୍ ନଂ-୧୫୩ / ୨୧ ରେ ମକଦ୍ଧମା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି । ତିହିଡ଼ି ବ୍ଲକ୍ରେ ଏବେ ଏହି ଧଳା ପାଉଡ଼ର ଯାହାକୁ ଯେତେ ବିକ୍ରି ହେଉଛି । ପ୍ରଥମେ ଜଣେ ଧାନ ବେପାରୀଙ୍କ ପୁଅ ୨୦୧୮-୧୯ ମସିହାରେ ଏହାକୁ ଆରମ୍ଭ କରିଥିବା ବେଳେ ଏବେ ଜଣେ ଶିକ୍ଷକ ଓ କବୟିତ୍ରୀଙ୍କ ପୁଅ ଏହି ଧଳା ପାଉଡ଼ର ବିକ୍ରିର ମୁଖ୍ୟ ପୁରୋଧା ସାଜିଛନ୍ତି । ବ୍ରାଉନ୍ସୁଗର ବିକ୍ରି କରିବା ପାଇଁ ଦିନ ୧୧ଟାରେ ମେସେଜ୍ ଯାଉଛି ଖାଇବା ଲୋକଙ୍କ ନିକଟକୁ ଯେ – ଅମକେଇ ସ୍ଥାନରେ ଦେଖାକର । ସେହିଭଳି ପୁଣି ସନ୍ଧ୍ୟା ୭.୧୫ମି. ରେ ମେସେଜ୍ ଯାଉଛି ଅମକେଇ ଛକରେ ଦେଖାକର । ଥରକୁ ୫୦୦ଟଙ୍କା ଦେଇ ଯୁବକମାନେ ଏହି ଧଳା ପାଉଡ଼ର କିଣି ବରବାଦ୍ ହେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons