୫୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ୍): ଲୁହାପାଇପରେ ଭର୍ତ୍ତି ହୋଇ ଅଭିନବ ଉପାୟରେ ଚାଲାଣ ହେଉଥିଲା ଗଞ୍ଜେଇ । ଗଜପତି ଜିଲ୍ଲା ରାଇପଙ୍କା ଅଞ୍ଚଳରୁ ଗୁମୁଡା, ରାମନାଗୁଡା ଦେଇ ଉତ୍ତରପ୍ରଦେଶ ଗାଜିଆବାଦକୁ ଚାଲାଣ ବେଳେ ପୁଲିସ ହାତରେ ଏହା ଧରାପଡିଛି । ହେଲେ ଚାଲାଣକାରୀମାନଙ୍କୁ ଧରିବାରେ ପୁଲିସ ସଫଳ ହୋଇପାରିନି । ମଙ୍ଗଳବାର ଏକ ୧୦ ଚକିଆ ଟ୍ରକଯୋଗେ ଏହା ଚାଲାଣ ହେଉଥିବା ପୁଲିସ କହିଛି । ଟ୍ରକ୍ରୁ ୫୬୯ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଏହାର ଅନୁମାନିକ ମୂଲ୍ୟ ୫୬ଲକ୍ଷରୁ ଅଧିକ ହେବ ବୋଲି ଏସଡିପିଓ ରାଜକିଶୋର ଦାଶ କହିଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ, ଗଜପତି ଜିଲ୍ଲା ରାଇପଙ୍ଗା ଅଞ୍ଚଳରୁ ୫୬୯.୨୨୦ ଗ୍ରାମ ଗଞ୍ଜେଇକୁ ଲୁହା ପାଇପରେ ଅଭିନବ ଉପାୟରେ ଏକ ଟ୍ରକ୍(ଆର ଜେ ୧୪-ଜିକେ ୧୦୩୬)ରେ ଚୋରାଚାଲଣ କରାଯାଉଥିଲା । ଖବର ପାଇ ଗୁଡାରୀ ପୁଲିସ ରାମନାଗୁଡା ବ୍ଲକ ଗୁମୁଡା ଆରଏମସି ଛକ ନିକଟରେ ଜଗିରହି ଟ୍ରକ ଉପରେ ଚଢଉ କରିଥିଲା । ପୁଲିସକୁ ଦେଖି ଟ୍ରକ ଡ୍ରାଇଭର ସମେତ ଅନ୍ୟଜଣେ ଫେରାର ହୋଇ ଯାଇଥିଲେ । ଯାଞ୍ଚ ପରେ ଲୁହା ପାଇପ୍ଗୁଡିକ ଭିତରେ ଗଞ୍ଜେଇ ରହିଥିବା ଜଣାପଡିଥିଲା । ଜବତ ଗଞ୍ଜେଇ ଓଜନ କରାଯାଇଥିଲା । ଅଧିକ ତଦନ୍ତ ଜାରି ରହିଥିବା ଗୁଡାରୀ ଆଇଆଇସି ସୁଶାନ୍ତ କୁମାର ତାଉଡିଆ କହିଛନ୍ତି । ଏହାର ଆନୁମାନିକ ମୂଲ୍ୟ ୫୬ ଲକ୍ଷ ୯୦ ହଜାର ଟଙ୍କା ହେବ ବୋଲି ଗୁଣପୁର ଏସଡିପିଓ ଶ୍ରୀ ଦାଶ ସୂଚନା ଦେଇଛନ୍ତି । ଟ୍ରକ୍କୁ ଗୁଡାରୀ ଥାନାରେ ଜବତ କରି ରଖାଯାଇଥିବା ବେଳେ ଗଞ୍ଜେଇଗୁଡିକୁ ଗୁଣପୁର କୋର୍ଟ ଅଣାଯାଇଛି । ତେବେ ଏତେ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଟ୍ରକକୁ ଜବତ କରାଯାଇପାରୁଥିବା ବେଳେ ଚାଲାଣକାରୀ ଫେରାର ହୋଇଯିବା ଘଟଣା ପୁଲିସର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ଲଗେଇଛି । ମଙ୍ଗଳବାର ଠାରୁ ଏହି ଟ୍ରକକୁ ପ୍ରଥମେ ଅଟକ ରଖାଯିବା ଓ ପରେ ଅନୁସନ୍ଧାନ ଆଳରେ ଗଣମାଧ୍ୟମକୁ କୌଣସି ସୂଚନା ନଦେଇ ଡ୍ରାଇଭର ଖସି ପଳାଇଥିବା କୁହାଯିବା ପରେ ପୁଲିସର କାର୍ଯ୍ୟଶୈଳୀ ଉପରେ ଅଧିକ ସନେ୍ଦହ ଘନିଭୁତ ହୋଇଛି । ଏ ସମ୍ପର୍କରେ ଏସଡିପିଓ ଶ୍ରୀ ଦାଶଙ୍କୁ ପଚାରିବାରୁ ଅନୁସନ୍ଧାନ କରାଯାଉଛି । ଟ୍ରକ୍ଟି କାହାର, କେଉ ରାଜ୍ୟର ସେସବୁ ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons