୫ କେଜି ଲ୍ୟାଣ୍ଡମାଇନ, ବିସ୍ଫୋରକ ଜବତ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଟଳିଲା ଅଘଟଣ । ପାହାଡ଼ ତଳେ ମାଓବାଦୀମାନେ ଲୁଚାଇ ରଖିଥିବା ୫ କେଜି ଲ୍ୟାଣ୍ଡମାଇନ୍ ଜବତ ହେଲା । ଏଥିସହ ଗୋଳାବାରୁଦ, ଅନ୍ୟାନ୍ୟ ମାଓ ସାମଗ୍ରୀ ଉଦ୍ଧାର ହେଲା । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ମାଓପ୍ରବଣ ପଣସପୁଟ ପଞ୍ଚାୟତ ଗୋରାସେତୁ ନିକଟ ହାଣ୍ଡିଖାଲ ଜଙ୍ଗଲରୁ ଏହା ଜବତ ହୋଇଛି । ଜବତ ସାମଗ୍ରୀ ଭିତରେ ୫ କେଜି ଓଜନର ଲ୍ୟାଣ୍ଡମାଇନ, ମଲ୍ଟି ମିଟର, ବିସ୍ଫୋରକ, ୱାକି ଟକି, ମାଓ ପୋଷାକ, ପଲିଥିନ ଆଦି ରହିଛି ।
ସୂଚନା ଅନୁସାରେ, ହାଣ୍ଡିଖାଲ ଜଙ୍ଗଲକୁ ବିଏସଏଫ ଯବାନମାନେ ରବିବାର ସକାଳେ କମ୍ବିଂରେ ଯାଇଥିଲେ । ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ପାହଡ ସନ୍ଧିରେ ଏକ ଡ୍ରମ ଭିତରେ କିଛି ସାମଗ୍ରୀ ରହିଥିବା ଯବାନମାନେ ଦେଖିଥିଲେ । ଡ୍ରମ ପାଖରେ ଯବାନଙ୍କ ମେଟାଲ ଡିଟେକ୍ଟର ସାଇରନ୍ ବାଜି ଉଠିବାରୁ ଯବାନମାନେ ବିପଦ ଆଶଙ୍କା କରିଥିଲେ । ସମସ୍ତ ଯବାନ ତୁରନ୍ତ ସତର୍କ ହେବା ସହ କୌଶଳ କରି ଡ୍ରମଟିକୁ ପାହାଡ ଭିତରୁ ବାହାର କରିଥିଲେ । ଡ୍ରମଟିର ଢାଙ୍କୁଣୀ ଖୋଲିବାରୁ ଏହା ଭିତରେ ଲ୍ୟାଣ୍ଡମାଇନ୍ ଥିବା ଜଣାପଡିଥିଲା । ଅଧିକ ଖୋଜାଖୋଜି କରିବାରୁ ମଲ୍ଟି ମିଟର, ବିସ୍ଫୋରକ, ୱାକିଟକି ମାଓ ପୋଷାକ, ପଲିଥିନ୍ ଆଦି ମିଳିଥିଲା । ଅପରାହ୍ଣରେ ବୋମା ବିଶେଷଜ୍ଞ ଦଳ ସ୍ୱାଭିମାନ ଅଞ୍ଚଳରେ ପହଁଚି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଛନ୍ତି । ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହି ଲ୍ୟାଣ୍ଡମାଇନ୍ ରଖିଥିବା କୁହାଯାଉଛି । ଏକ ବଡ ଧରଣର ଅଘଟଣ ଘଟିବା ପୂର୍ବରୁ ସଫଳତାର ସହ ଏହାକୁ ପ୍ରତିହତ କରାଯାଇଛି ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons