ଛତ୍ରପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ କରୋନାର ପ୍ରଭାବ ବିସ୍ତାରକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ବାର୍ତ୍ତା ‘ଚିଅର୍ ଅପ୍ ୟୋର ଟିମ୍’ ପ୍ରଦାନ କରିଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ । କ୍ୱାରେଣ୍ଟାଇନ କେନ୍ଦ୍ରରେ ଅନ୍ତେବାସୀ ଖୁସିରେ ରହିବାକୁ ଗୁରୁତ୍ୱ ଦେଇଛନ୍ତି । ଆଜି ଏକ ଭିିଡିଓ କନ୍ଫରେନ୍ସିଂ ଜରିଆରେ ସଚିବ ପାଣ୍ଡିଆନ୍ କହିଛନ୍ତି ଯେ ପ୍ରତ୍ୟେକ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଭୋଜିଭାତ ପରି ଖାଇବା ପିଇବା, ମନୋରଞ୍ଜନ ଏବଂ ଅନ୍ତେବାସୀମାନେ ଶ୍ରମଦାନ କରି କିଛି ଅର୍ଥ ଉପାର୍ଜନ କରିବାକୁ ସଚିବ ପରାମର୍ଶ ଦେଇଛନ୍ତି । ଏହା ସହିତ ଧରାକୋଟ, କବିସୂର୍ଯ୍ୟନଗର, ପୋଲସରା, ଆସିକା, ଖଲ୍ଲିକୋଟ, କୁକୁଡାଖଣ୍ଡି ଓ ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ସରପଞ୍ଚଙ୍କ ସହିତ ବ୍ୟକ୍ତିଗତ ବାର୍ତ୍ତାଳାପ କରିଥିଲେ ସଚିବ । ଏଥିରେ ସେ ବ୍ୟକ୍ତିଗତ ଭାବେ ସାମିଲ୍ ହେବେ ବୋଲି କହିଛନ୍ତି । ପ୍ରାରମ୍ଭରୁ ଗଞ୍ଜାମ ଜିଲ୍ଲା କରୋନା ମୁକାବିଲାରେ ସଫଳତା ପ୍ରଦର୍ଶନ କରିଆସିଛି । ପର୍ଯ୍ୟାୟ କ୍ରମେ ଏହା ଗ୍ରୀନ୍ରୁ ଅରେଞ୍ଜ ଏବଂ ରେଡ୍ ଜୋନ୍ ହୋଇଛି । ଏହି ଆହ୍ୱାନକୁ ଧୈର୍ଯ୍ୟର ସହିତ ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଓ ତାଙ୍କ ଟିମ୍କୁ ୫-ଟି ସଚିବ ତାରିଫ୍ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ଗୋÂୀ ସଂକ୍ରମଣ ହୋଇନାହିଁ । ଯେଉଁ ପ୍ରବାସୀଙ୍କର କିଛି ଲକ୍ଷଣ ଦେଖାଯାଉଛି ତାଙ୍କର ଉପଯୁକ୍ତ ପରୀକ୍ଷା କରାଯାଇ ଜନସାଧାରଣଙ୍କ ଠାରୁ ଦୂରେଇ ରଖିବା ସହିତ ଉପଯୁକ୍ତ ଚିକିତ୍ସା କରାଯାଉଛି । କାହାର କିଛି ଲକ୍ଷଣ ଦେଖାଦେଲେ ସ୍ୱେଚ୍ଛାକୃତ ଭାବେ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ସଚିବ କହିଛନ୍ତି ।
ଓଡ଼ିଶାରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ଲୋକ ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଥିଲେ । କରୋନା ଲକ୍ଡାଉନ୍ ପାଇଁ କର୍ମ ସଂସ୍ଥାନ ବନ୍ଦ ହୋଇଯିବାରୁ ସେମାନଙ୍କର ଦୁର୍ଦ୍ଧଶା ବଢି ଯାଇଥିଲା । ମଇ ୩ ତାରିଖ ପରେ ଲକ୍ଡାଉନ୍ କଟକଣା କୋହଳ ହେବ ପରେ ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ଯୋଜନା ଥିଲା । ପ୍ରତ୍ୟାବର୍ତ୍ତନ କରିବା ପାଇଁ ରେଳ ବ୍ୟବସ୍ଥା ଅଧିକ ସୁରକ୍ଷିତ ଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି । ପ୍ରବାସୀଙ୍କ ଦୁର୍ଦ୍ଧଶାକୁ ନଜରରେ ରଖି ସେମାନଙ୍କୁ ଭିଟାମାଟିକୁ ଫେରାଇ ଆଣିବାକୁ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ପ୍ରଥମ ରାଜ୍ୟ ଭାବେ କରୋନା ମୁକାବିଲାରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛି । ପୂର୍ବରୁ ଓଡ଼ିଶା ସରକାର ବିଦେଶ ଫେରନ୍ତା, ନିଜାମୁଦ୍ଧିନ୍ ଫେରନ୍ତା ଓ ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତିଙ୍କର ସଫଳ କରୋନା ମୁକାବିଲା କରିପାରିଛନ୍ତି । ସରପଞ୍ଚଙ୍କ ଉଦାରତା ଓ କର୍ତ୍ତବ୍ୟ ନିÂାକୁ ନେଇ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଫେରନ୍ତାଙ୍କ କରୋନା ମୁକାବିଲା ସଫଳତାର ସହିତ କରାଯାଇପାରିବ ବୋଲି ସଚିବ କହିଥିଲେ ।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁÂିତ ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଅନାମ ଚରଣ ପାତ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଦ ଦତ୍ତାତ୍ରେୟ ଭାଉ ସାହେବ, ସ୍ୱତନ୍ତ୍ର ଅଧିକାରୀ ପି.ଅନ୍ୱେଷା ରେଡି, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବିଭିନ୍ନ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ସମସ୍ତ ସରପଞ୍ଚ ଯୋଗ ଦେଇଥିଲେ ।


Comments are closed, but trackbacks and pingbacks are open.