୫ ଲକ୍ଷର ଗଞ୍ଜେଇ ଜବତ, ୩ ଗିରଫ

Get real time updates directly on you device, subscribe now.

ବିଷମକଟକ,(ବି.ବି.ନୁ୍ୟଜ): ଉତ୍ତର ପ୍ରଦେଶ ଚାଲାଣ ବେଳେ ପୁଲିସ୍ ହାତରେ ଧରାପଡିଛି ୭୬ କେଜି ୫୫ ଗ୍ରାମ ଗଞ୍ଜେଇ । କାରବାରରେ ସଂପୃକ୍ତ ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଉତ୍ତର ପ୍ରଦେଶ ସାହାରାମପୁରର ପଙ୍କଜ, ଜାଭେଦ ମହମ୍ମଦ ଏବଂ ସହମଦ । ସେମାନଙ୍କ ପାଖରୁ ଏକ କାର୍ ସହ ନଗଦ ୧୮ ହଜାର ଟଙ୍କା ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଯଶୋବନ୍ତ ହିଆଲ କହିଛନ୍ତି । ଗିରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ପୁଲିସ୍ ସୂଚନା ଅନୁଯାୟୀ, ମଙ୍ଗଳବାର ଗୁଡାରୀ ଥାନା ଅଞ୍ଚଳରୁ ଏକ କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିଥିଲା । ସ୍ଥାନୀୟ ରତାଟିକିରି ଛକରେ ପୁଲିସ୍ କର୍ମଚାରୀମାନେ ଦ୍ରୁତଗତିରେ ଆସୁଥିବା କାର୍କୁ ଅଟକାଇଥିଲେ । ଯାଞ୍ଚ ବେଳେ ଗାଡି ଡିକିରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗାଡିରେ ବସିଥିବା ଉପରୋକ୍ତ ୩ ଅଭିଯୁକ୍ତକୁ ପଚରାଉଚରା ପରେ ସେମାନେ ଏହା ଉତ୍ତର ପ୍ରଦେଶ ଚାଲାଣ କରୁଥିବା ସ୍ୱୀକାର କରିଥିଲେ । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ସୂଚନାଥାଉକି, ମାସକ ଭିତରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଛି । କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ଗଞ୍ଜେଇ ଜବତ କରି ୭ଟି ମାମଲା ରୁଜୁ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons