ମାଲକାନଗିର,(ବି.ବି.ନୁ୍ୟଜ୍): ଏକ ଘରୋଇ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମିଳିଲାନି ଲମ୍ବା ଛୁଟି । ଏହାକୁ ନେଇ ଟାହିଟାପରା କଲେ ସାଥୀ ଯବାନ । ଯାହାର ପରିଣତି ହୋଇଛି ଅତ୍ୟନ୍ତ ଭୟଙ୍କର । ଜଣେ ଯବାନଙ୍କ ଗୁଳିମାଡ଼ରେ ଟଳି ପଡିଛନ୍ତି ୫ଜଣ ସାଥୀ ଯବାନ । ସେମାନଙ୍କୁ ହତ୍ୟା କରିବା ପରେ ଯବାନ ଜଣଙ୍କ ନିଜ ସର୍ଭିସ୍ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଏଥିରେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ରାୟପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାର ଇଣ୍ଡୋତିକ୍ରତ୍ ବୋର୍ଡର ପୁଲିସ୍(ଆଇଟିବିପି) କ୍ୟାମ୍ପରେ ।
ସୂଚନା ଅନୁସାରେ, ଛୁଟିକୁ ନେଇ ପ୍ରଥମେ ଯବାନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଏଥିରେ ଅତ୍ୟଧିକ ରାଗିଯାଇ ମସୁଦୁଲ ରେହମାନ ନାମକ ଜଣେ ଯବାନ ନିଜ ସର୍ଭିସ ରିଭଲ୍ଭର୍ ବାହାର କରି ହଠାତ୍ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ୫ ଜଣ ଯବାନ ଟଳିପଡ଼ିଥିଲେ । ଏହାପରେ ସେଠାରେ ଉପସ୍ଥିତ ଆଉ ଜଣେ ଯବାନ ରେହମାନଙ୍କୁ ଗୁଳି କରିଥିଲେ । ଫଳରେ ତାଙ୍କର ପ୍ରାଣହାନି ଘଟିଥିଲା । ବୁଧବାର ସକାଳ ପାଖାପାଖି ସାଢେ଼ ୯ଟାରେ ଏହି ରକ୍ତାକ୍ତ ସଂଘର୍ଷ ଘଟିଛି ।
ନାରାୟଣପୁର ଏସ୍ପି ମୋହିତ ଗର୍ଗଙ୍କ ସୂଚନା ଅନୁଯାୟୀ, ରାୟପୁର ଆଇଟିବିପିରେ ହେଡ୍ କନେଷ୍ଟବଳ ଭାବେ କାମ କରୁଥିବା ପଶ୍ଚିମବଙ୍ଗର ମସଗୁଲ ରହମନ୍ ଘରକୁ ଯିବାକୁ ଛୁଟି ଆବେଦନ କରିଥିଲେ । କିନ୍ତୁ ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା । ଏହା ଜଣାପଡିବା ପରେ ସାଥୀ ଯବାନମାନେ ତାଙ୍କ ସହିତ ଥଟ୍ଟା ମଜା କରିଥିଲେ । ଟାହିଟାପରା କରିବାରୁ ରହମନ୍ଙ୍କ ରାଗ ମୁଣ୍ଡକୁ ଚଢିଯାଇଥିଲା । ସଙ୍ଗେ ସଙ୍ଗେ ସେ ନିଜ ସର୍ଭିସ୍ ବନ୍ଧୁକରୁ ଆଖି ବୁଜା ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ଟଳି ପଡିଥିଲେ ୫ଜଣ ସାଥୀ ଯବାନ । ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିଲେ । କ୍ୟାମ୍ପ ପରିସର ରକ୍ତରଞ୍ଜିତ ହେବା ପରେ ରହମନ୍ ନିଜ ସର୍ଭିସ୍ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ତାଙ୍କ କହିବାନୁଯାୟୀ ଯବାନ ମସୁଦୁଲ ରେହମାନ ଭୀଷଣ ରାଗିଯାଇଥିଲେ । ତାଙ୍କୁ ରୋକିବା ମୁସ୍କିଲ ହୋଇପଡ଼ିଥିଲା । କେହି କିଛି ଭାବିବା ପୂର୍ବରୁ ପାଖରେ ଥିବା ସର୍ଭିସ ରିଭଲଭରକୁ କାଢ଼ି ସେ ଆଖିବୁଜା ଗୁଳି ଚଳାଇଥିଲେ । ତାଙ୍କୁ କେହି ସମ୍ଭାଳି ପାରିନଥିଲେ । ୫ ଜଣଙ୍କ ଜୀବନ ନେବା ପରେ ରେହମାନ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଥିଲେ । ଘଟଣାକୁ ନେଇ ଶିବିରରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ।
ମୃତ ଯବାନଙ୍କ ମଧ୍ୟରେ ହେଡ୍ କନଷ୍ଟେବଳ ମହେନ୍ଦ୍ର ସିଂହ(ବିଳାସପୁର, ହିମାଚଳ ପ୍ରଦେଶ), ଦଲଜିତ ସିଂହ(ଲୁଧିଆନା, ପଞ୍ଜାବ), କନଷ୍ଟେବଳ ସୁରଜିତ ସରକାର (ବୁଦ୍ୱର୍ାନ, ପଶ୍ଚିମବଙ୍ଗ) ଓ ବିଶ୍ୱରୂପ ମହାତୋ (ପୁରୁଲିଆ, ପଶ୍ଚିମବଙ୍ଗ) ଏବଂ ବିଜିଶ (କୋଝିକୋଡ଼, କେରଳ) ରହିଥିବା ଜଣାପଡ଼ିଛି । ସେହିଭଳି ସାଥୀ ଯବାନଙ୍କୁ ଗୁଳିମାଡ଼ କରିଥିବା ମସୁଦୁଲ ରେହମାନଙ୍କ ଘର ପଶ୍ଚିମବଙ୍ଗର ନଦିଆରେ । ଆହତ ଯବାନଙ୍କ ମଧ୍ୟରେ ଅଛନ୍ତି କେରଳ ନିବାସୀ ଏସ ବି ଉଲ୍ଲାସ ଏବଂ ରାଜସ୍ଥାନ ନିବାସୀ ସୀତାରାମ ଦୁନ ।
Comments are closed, but trackbacks and pingbacks are open.