୫ ହଜାର ଜରିମାନା ଦେଲେ ସରକାର

Get real time updates directly on you device, subscribe now.

କଟକ,(ବି.ବି.ବ୍ୟୁରୋ): ଅଦାଲତରେ ଜବାବଦାଖଲ କରିନପାରିବାରୁ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ । ଆଜି ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ୫ ହଜାର ଟଙ୍କା ଜରିମାନା ଦାଖଲ କରିଛନ୍ତି । ଏହି ଟଙ୍କା ହାଇକୋର୍ଟ ବାର୍ ଆସୋସିଏସନ୍ର ଆଡଭୋକେଟ୍ ୱେଲ୍ଫେୟାର ଫଣ୍ଡରେ ରଖାଯିବ ବୋଲି ହାଇକୋର୍ଟ ଆଦେଶ ଦେଇଛନ୍ତି । ଓଡିଶା ଉପଭୋକ୍ତା ସଂଘ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରାଜ୍ୟରେ କେତେ ବେଆଇନ ନର୍ସିଂହୋମ୍ ଚାଲିଛି ସେ ସଂକ୍ରାନ୍ତରେ ସବିଶେଷ ରିପୋର୍ଟ ରଖିବାକୁ ଅଦାଲତ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି ଯେ, ରାଜ୍ୟରେ ବେଆଇନ ନର୍ସିଂହୋମ୍ ଚାଲିଥିବାବେଳେ ଏସବୁ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପ୍ରାର୍ଥନା କରି ଓଡିଶା ଉପଭୋକ୍ତା ସଂଘ ହାଇକୋର୍ଟରେ ମାମଲା ରୁଜୁ କରିଥିଲା । ହାଇକୋର୍ଟ ଏହି ମାମଲାରେ ଜବାବଦାଖଲ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨୦୦୭ ସେପ୍ଟେମ୍ବର ୧୮ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ରାଜ୍ୟରେ ୧୧୬୯ଟି ଅଣପଞ୍ଜିକୃତ ନର୍ସିଂହୋମ୍ ରାଜ୍ୟରେ ଚାଲିଛି । ଏଥିସହ ରାଜ୍ୟ ସରକାର ଆହୁରି କହିଥିଲେ ଯେ, ଖୁବ୍ଶୀଘ୍ର ରାଜ୍ୟରେ କ୍ଲିନିକାଲ ଏଷ୍ଟାବ୍ଲିଷ୍ଟମେଣ୍ଟ ଆକ୍ଟ ଲାଗୁ ହେବ । ଏହି ନିୟମ ଲାଗୁହେଲେ ଅଣ ପଞ୍ଜିକୃତ ନର୍ସିଂହୋମ୍ ବିରୋଧରେ ଅଙ୍କୁଶ ଲଗାଯାଇ ପାରିବ । ସେହିପରି ପ୍ରତ୍ୟେକ ଜିଲ୍ଲାରେ ଏକ ଟାସ୍କଫୋର୍ସ ମଧ୍ୟ ଗଠନ କରାଯାଇଥିଲା ବୋଲି କୁହାଯାଇଥିଲା । ଏହି ସମୟରେ ହାଇକୋର୍ଟ ରାଜ୍ୟରେ ପିଏନ୍ଡିଟି ଆକ୍ଟ କିପରି କାର‌୍ୟ୍ୟ କରୁଛି ସେ ସଂକ୍ରାନ୍ତରେ ଜବାବ ରଖିବାକୁ ଆଦେଶ ଦେଇଥିଲେ । କିନ୍ତୁ ସେବେଠାରୁ ରାଜ୍ୟ ସରକାର ଏ ନେଇ କୌଣସି ଜବାବ ରଖିନଥିଲେ । ଦୀର୍ଘଦିନ ଧରି ଜବାବ ନରଖିବାରୁ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ୫ ହଜାର ଟଙ୍କା ଜରିମାନା କରିଥିଲେ । ଆଜି ରାଜ୍ୟ ସରକାର ଏହି ଜରିମାନା ଅର୍ଥ ଦାଖଲ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର, ଅରୁଣ କୁମାର ସାହୁ, ଦେବୀପ୍ରସାଦ ମହାପାତ୍ର ପରିଚାଳନା କରୁଛନ୍ତି ।ା ଦେଲେ ସରକାର

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons