୬ବର୍ଷର ନାବାଳିକାଙ୍କୁ ଗାଁ ମୁଖିଆ କଲା ଦୁଷ୍କର୍ମ !

Get real time updates directly on you device, subscribe now.

ସାନଖେମୁଣ୍ଡି : ପୁଣି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଘଟିଛି ଆଉ ଏକ ଲଜ୍ଜାଜନକ ଘଟଣା । ଲୋକଙ୍କୁ ନ୍ୟାୟ ଦେଉଥିବା ଖୋଦ ଗାଁ ମୁଖିଆ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପାଟପୁର ଥାନାରେ ଗାଁ ମୁଖିଆଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ୬ବର୍ଷର ନାବାଳିକା । ୬ ବର୍ଷର ନାବାଳିକାଙ୍କୁ ଖୋଦ୍ ଗାଁ ମୁଖିଆ ଦୁଷ୍କର୍ମ କରିଥିବବେଳେ ଗ୍ରାମବାସୀଙ୍କ ସହଯୋଗ ନ ପାଇ ଚାଇଲ୍ଡ ଲାଇନ ମାଧ୍ୟମରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ନାବାଳିକା ।
ଅଭିଯୋଗ ପରେ ପାଟପୁର ପୋଲିସ ଘଟଣାକୁ ଗୁରୁତ୍ବର ସହ ନେଇ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ ଘଟଣା ସଂପର୍କରେ ମୁହଁ ଖୋଲିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons