ଚନ୍ଦକା, (ବି.ବି.ବୁ୍ୟରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ରବିବାର ଥିଲା ୬୦ତମ ପ୍ରତିÂା ଦିବସ । ଏହି ଉପଲକ୍ଷେ ନନ୍ଦନକାନନ ପ୍ରବେଶ ପଥଠାରୁ ଆରମ୍ଭ କରି ଖୁଆଡ଼ ପର୍ଯ୍ୟନ୍ତ ସବୁ ସ୍ଥାନକୁ ଫୁଲରେ ସୁସଜ୍ଜିତ କରାଯାଇଥିଲା । ନନ୍ଦନକାନନ ପରିସରରେ ଆୟୋଜିତ ଏହି ପ୍ରତିÂା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଡ. ହରିଶଙ୍କର ଉପାଧ୍ୟାୟ । ସମ୍ମାନିତ ଅତିଥିଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ନନ୍ଦନ କାନନ ଜୈବ ଉଦ୍ୟାନ ନିଦେ୍ର୍ଧଶକ ଶଶି ପାଲ ପ୍ରମୁଖ ଯୋଗଦେଇ ନନ୍ଦନକାନନକୁ ଅଧିକ ଆକର୍ଷଣୀୟ ଓ ଆଧୁନିକୀକରଣ କରିବା ସମ୍ପର୍କରେ କହିଥିଲେ । ପ୍ରତିିବର୍ଷ ପ୍ରାୟ ୩୫ ଲକ୍ଷ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସୁଛନ୍ତି । ସେମାନଙ୍କ ମନୋରଞ୍ଜନ ନିମନ୍ତେ ନନ୍ଦନ କାନନକୁ ନୂଆ ଜୀବଜନ୍ତୁଙ୍କୁ ଆଣିବା ପାଇଁ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ଆସନ୍ତା ବର୍ଷ ରୋପ୍ ୱେ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଥିଲା । ସେହିପରି ପିଲାଙ୍କ ମନୋରଞ୍ଜନ ପାଇଁ ଖୁବ୍ଶୀଘ୍ର ଟୟ ଟ୍ରେନ୍ ଗଡ଼ିବ ବୋଲି ସୂଚନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଫିସର ସରୋଜ ପଟ୍ଟନାୟକ, ପୂର୍ବତନ ଏସିଏଫ୍ କମଳଲୋଚନ ପୁରୋହିତ ଉପସ୍ଥିତ ଥିଲେ । ଉପ ନିଦେ୍ର୍ଧଶକ ଜୟନ୍ତ କୁମାର ଦାସ ସଭା ପରିଚାଳନା କରିଥିଲେ । ଏହି ଅବସରରେ ୧୯ଜଣ ନନ୍ଦନକାନନ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ବରିÂ ଡାକ୍ତର ଆଲୋକ ଦାସ ଧନ୍ୟବାଦ ଦେଇଥିଲେ ।ନନ୍ଦନକାନନ ପ୍ରତିÂା ଦିବସ ଅବସରରେ ଦୁଇଟି ବାଘଛୁଆଙ୍କ ନାମକରଣ କରାଯାଇଛି । ୨୦୧୮ ଡିସେମ୍ବର ୨୨ ତାରିଖରେ ରେଣୁକା ଓ ସମ୍ରାଟଙ୍କ ଔରସରୁ ଦୁଇଟି କଳା ଲୋମଯୁକ୍ତ ବାଘ ଛୁଆ ଜନ୍ମ ହୋଇଥିଲେ । ଆଜି ଲଟେରୀ ମାଧ୍ୟମରେ ବିଧାୟକ ସୁରେଶ ରାଉତରାୟ ଓ ସୁଶାନ୍ତ ରାଉତ ସେମାନଙ୍କ ନାମକରଣ କରିଛନ୍ତି ସ୍ପନ୍ଦନ ଓ ବାସୁ । ଏଥିସହ ପ୍ରଥମକରି ଦୁଇ ବାଘ ଛୁଆଙ୍କୁ ଦେଖିବା ନିମନ୍ତେ ଦର୍ଶକଙ୍କୁ ସୁଯୋଗ ଦିଆଯାଇଛି ।
Comments are closed, but trackbacks and pingbacks are open.