ରାୟଗଡ଼ା,(ବି.ବି.ନୁ୍ୟଜ): ଜିଲ୍ଲାରେ ଆଜିଠାରୁ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜିଲ୍ଲାର ୭ ଟି କେନ୍ଦ୍ରର ମୋଟ ୬୦୯ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳ ସରୋଜକୁମାର ମିଶ୍ର ଟିକାକରଣ ଉଦ୍ଘାଟନ କରିଥିଲେ । ଜିଲ୍ଲାରେ ପ୍ରଥମ ଟିକା ମହିଳା ସଫେଇ କର୍ମଚାରୀ ସତ୍ୟମୁଖୀ(୩୬)ଙ୍କୁ ପ୍ରଦାନ କରାଯାଇଛି । ପରେ କରୋନା ଯୋଦ୍ଧାମାନେ ଟିକାକରଣରେ ସାମିଲ ହୋଇଥିଲେ ।
ଜିଲ୍ଲାର ୭ ଟି କେନ୍ଦ୍ରରେ ଆଜି ୧୦୦ ଜଣ ଲେଖାଏଁ କରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ୭୦୦ ମଧ୍ୟରୁ ୬୦୯ ଜଣ ଯୋଦ୍ଧା ଟିକା ଗ୍ରହଣ କରିଛନ୍ତି । ଯେଉମାନଙ୍କୁ ଟିକା ପ୍ରଦାନ ହୋଇଛି ସେମାନଙ୍କ ମୋବାଇଲରେ ମେସେଜ ଦିଆଯାଇଥିଲା । ମେସେଜ ପାଇଥିବା ଯୋଦ୍ଧାମାନେ ସମୟସାରଣୀ ଅନୁସାରେ ଆସି ଟିକାଗ୍ରହଣ କରିଥିଲେ । କଡ଼ା ସୁରକ୍ଷା ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ, ଦୋରାଗୁଡ଼ା ଉକ୍ରଳ ମେଡ଼ିକାଲ, ପଦ୍ମପୁର, ଗୁଡ଼ାରୀ ଓ ମୁନିଗୁଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ସ୍ୱାଭାବିକ ଭାବେ ଶେଷ ହୋଇଛି । ସମସ୍ତ କେନ୍ଦ୍ରରେ ଏକ ସ୍ୱତନ୍ତ୍ର ପ୍ରକୋÂରେ ଟିକାକରଣ କରାଯାଇଥିଲା । ଏହି ଅବସରରେ ଟିକା ନେଇଥିବା କରୋନା ଯୋଦ୍ଧାଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ପରେ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଟିକାକରଣ ନେଇ ଏକ ସମୀକ୍ଷା ବୈଠକ ଅନୁÂିତ ହୋଇଥିଲା । ସୁରୁଖୁରୁରେ ଟିକାକରଣ କାର୍ଯ୍ୟକ୍ରମ ୭ ଦିନ ଧରି କିପରି ଚାଲିବ ଏବଂ ଆଜି ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୨୮ ଦିନପରେ ଦ୍ୱିତୀୟ ଡୋଜ୍ କିଭଳି ପ୍ରଦାନ କରାଯିବ ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଥିଲେ । ଟିକାକରଣ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ଆର୍ତ୍ତର୍ବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବି.ଏଲ.ଏନ୍ ପୃଷ୍ଟି, କୋଭିଡ ଟିକା ପର୍ଯ୍ୟବେକ୍ଷକ ତଥା ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶାଳୟ ପର୍ଯ୍ୟବେକ୍ଷକ ଡାକ୍ତର ଅଶୋକକୁମାର ପାଇକରାୟ, ଡାକ୍ତର ମୃତୁ୍ୟଞ୍ଜୟ ରଥ, ବରିÂ ଭେଷଜ ବିଶେଷଜ୍ଞ ଡାକ୍ତର ସୁରେଶ ଦେଓ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରକାଶଥାଉକି ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୫୪୦୦ ଟିକା ଆସିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩ ହଜାର ପହଞ୍ଚିବ । ଏହି ୮୪୦୦ ଟିକା କେବଳ କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଧିଷ୍ଟ ରହିଛି । ଆଜି ପ୍ରଥମ ଦିନରେ ରାୟଗଡ଼ା, ଗୁଣପୁର ଓ ପଦ୍ମପୁର ମେଡ଼ିକାଲରେ ଶତପ୍ରତିଶତ ଟିକାକରଣ ଯୋଦ୍ଧାଙ୍କୁ ପ୍ରଦାନ କରାଯାଇଛି । ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୭୫, ଉକ୍ରଳ ମେଡ଼ିକାଲରେ ୯୩, ମୁନିଗୁଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫୧ ଓ ଗୁଡ଼ାରୀ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୯୦ ଜଣ ଟିକା ନେଇଛନ୍ତି । ଆଜି ଟିକା ନେଇଥିବା ସମସ୍ତ ୬୦୯ ଜଣ ସୁସ୍ଥ ଥିବା ଏବଂ କାହାରି ମଧ୍ୟ ପାଶ୍ୱର୍ପ୍ରତିକ୍ରିୟା ନଥିବା ସୂଚନା ସ୍ୱାସ୍ଥ୍ୟ ବିଭାଗ ପ୍ରଦାନ କରିଛି ।
Comments are closed, but trackbacks and pingbacks are open.