
ନରସିଂହପୁର,(ବି.ବି.ନୁ୍ୟଜ): କଟକ-ନରସିଂହପୁର ମୁଖ୍ୟ ରାସ୍ତାର ନରସିଂହପୁର କଲେଜ ନିକଟରେ ଗାଟିଏ କାର ଭାରସାମ୍ୟ ହରାଇ ରାସ୍ତା କଡ଼କୁ ସମ୍ପୂର୍ଣ୍ଣ ଓଲଟି ପଡିବାରୁ ଛଅ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ନରସିଂହପୁର ପାଇକପଡା ପାଟଣା ଅଲେଖ ପାଟଣା ଗ୍ରାମର ଡ୍ରାଇଭର ମନୋଜ କୁମାର ମହାନ୍ତି (୪୩), ସୁନିତା ପାତ୍ର (୩୨), ସୋନାଲି ପାତ୍ର (୧୪), ଉଷା ପାତ୍ର (୬୦), ପୁରୀର ରାଧା ବେହେରା (୫୨) ଏବଂ ସତ୍ୟଜିତ ପାତ୍ର (୧୪) ଏକ କାର୍ରେ ପୁରୀରୁ ନରସିଂହପୁର ଆସୁଥିଲେ । ତେବେ ଆଜି ଅପରାହ୍ନ ପ୍ରାୟ ଦୁଇଟାରେ ନରସିଂହପୁରଠାରୁ ଦୁଇ କିଲୋମିଟର ପୂର୍ବରୁ କଟକ-ନରସିଂହପୁର ମୁଖ୍ୟ ରାସ୍ତାର ନରସିଂହପୁର କଲେଜ ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ସ୍ଥାନୀୟ ୋକମାନେ ତୁରନ୍ତ ଆସି ଗାଡ଼ି କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନରସିଂହପୁର ମେଡ଼ିକାଲ କୁ ପଠାଇଥିଲେ । ସୁନିତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଡ୍ରାଇଭର ମନୋଜ ମଧ୍ୟ ଗୁରୁତର ଥିବାରୁ ତାଙ୍କୁ ନରସିଂହପୁର ମେଡ଼ିକାଲରେ ଚିକିତ୍ସା କରାଯାଉଛି । ଖବର ପାଇ ନରସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


Comments are closed, but trackbacks and pingbacks are open.