୬ ଆହତ, ୫ ଅଟକ

Get real time updates directly on you device, subscribe now.

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପାଇକଯମୁନା ଗାଁରେ ରବିବାର ପୂର୍ବାହ୍ଣରେ ଗୋÂୀ ସଂଘର୍ଷ ଘଟିଛି । ମାଛ ଗୁତାକୁ କେନ୍ଦ୍ର କରି ଦୁଇ ଗୋÂୀ ମୁହାଁମୁହିଁ ହୋଇଛନ୍ତି । ଆକ୍ରମଣ, ପ୍ରତି ଆକ୍ରମଣରେ ଉଭୟ ଗୋÂୀର ୬ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପୁଲିସ ୫ ଜଣଙ୍କୁ ପଚରାଉଚୁରା ପାଇଁ ଚିକିତ୍ସା ପରେ ଥାନାରେ ଅଟକ ରଖିଛି ।
ଥାନାଧିକାରୀ ପ୍ରଭାତ କୁମାର ସାହୁଙ୍କ ସୂଚନା ଅନୁସାରେ ମାଛ ଗୁତାକୁ ନେଇ ପାଇକଯମୁନା ଗ୍ରାମରେ ରବିବାର ବୈଠକ ହୋଇଥିଲା । ଏହି ବୈଠକରେ ଦୁଇ ଗୋÂୀ ମଧ୍ୟରେ କଥା କଟାକଟି ହୋଇ ପରେ ଗୋÂୀ ସଂଘର୍ଷ ଘଟିଥିଲା । ଗୋଟିଏ ପକ୍ଷ କାତି ଓ ଇଟାରେ ଆକ୍ରମଣ କରିଥିବା ଅପରପକ୍ଷର ଆହତ ଟୁକୁନା ବିଷୋୟୀ ଗଣମାଧ୍ୟମକୁ କହିଛନ୍ତି । ଗଣ୍ଡଗୋଳରେ ଉଭୟ ପକ୍ଷରୁ ୬ ଜଣ ଆହତ ହୋଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଉଭୟ ଗୋÂୀର ପ୍ରାୟ ୫ ଜଣଙ୍କୁ ଥାନାରେ ଅଟକ ରଖିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ଉଭୟ ଗୋÂୀ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଅଟକ ଲୋକଙ୍କୁ ପଚରାଉଚୁରା କରାଯାଉଥିବା ଆଇଆଇସି ସୂଚନା ଦେଇଛନ୍ତି । ଦୀର୍ଘ ବର୍ଷ ହେଲା ଗ୍ରାମରେ ହଣାକଟା ଲାଗି ରହିଛି । ସ୍ଥାୟୀ ସମାଧାନ ଲାଗି ଗ୍ରାମର ଶାନ୍ତି କମିଟି ଓ ପୁଲିସ ପ୍ରଶାସନ ତରଫରୁ ପ୍ରୟାସ ମଧ୍ୟ କରାଯାଉଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons