ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଳାରେ ରବିବାର ପୁଣି ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି । ତେବେ ଜିଲ୍ଲା ପ୍ରଶାସନ ଚିହ୍ନଟ ପଜିଟିଭ୍ଙ୍କ ସଂଖ୍ୟା ଓ ସେମାନଙ୍କ ବୟସ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ । କିନ୍ତୁ ସମସ୍ତ ଚିହ୍ନଟ ରୋଗୀ ନିକଟରେ ସୁରଟରୁ ଫେରିଥବା ଜଣାପଡ଼ିଛି । ଭଦ୍ରକରେ ପହଞ୍ଚିବା ପରେ ଭଣ୍ଡାରିପୋଖରୀ ସରକାରୀ ଆଇଟିଆଇ ପରିସରରେ ଥିବା ଅସ୍ଥାୟୀ ପଞ୍ଜୀକରଣ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ସ୍କ୍ରନିଂ କରାଯାଇଥିଲା । ପରେ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ସମସ୍ତ ଆକ୍ରାନ୍ତମାନେ ପୁରୁଷ ଓ ବାସୁଦେବପୁର ଅଞ୍ଚଳର । ସୁରଟରୁ ଫେରିବା ପରଠାରୁ ସେମାନେ ବାସୁଦେବପୁର ପୌରପାଳିକାସ୍ଥିତ ଅଟଳ ବିହାରୀ ହାଇସ୍କୁଲ ସଂଗରୋଧ କେନ୍ଦ୍ରରେ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
ଏସମସ୍ତ ନୂତନ କରୋନା ରୋଗୀଙ୍କୁ କୋଭିଡ ହସପିଟାଲ ପଠାଯିବାର ବ୍ୟବସ୍ଥା ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲେ ମଧ୍ୟ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ପ୍ରଶାସନ କହିଛି । ସମସ୍ତ ସୁରଟ ଫେରନ୍ତା ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରେ ରହିଥିବାରୁ ସଂକ୍ରମଣର ଭୟ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସତର୍କତାମୂକ ପଦକ୍ଷେପ ସ୍ୱରୂପ ପ୍ରଶାସନ ସମସ୍ତ ସଂଗରୋଧ କେନ୍ଦ୍ରକୁ କଟ୍ଟେନମେଟ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସମସ୍ତ କେନ୍ଦ୍ର ନିକଟରେ ୧୪୪ଧାରା ଜାରି କରାଯିବା ସହ ସଂଗରୋଧ କେନ୍ଦ୍ରର ୧ଶହ ମିଟର ପରିଧି ମଧ୍ୟରେ କଟକଣା ଜାରି କରାଯାଇଛି । ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳକୁ ବଫର ଜୋନ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।
Comments are closed, but trackbacks and pingbacks are open.