୬ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Get real time updates directly on you device, subscribe now.

ଭୁବନେଶ୍ୱର : ସମ୍ଭାବ୍ୟ କାଳବୈଶାଖୀ ନେଇ ୬ ଜିଲ୍ଲାକୁ ସତର୍କ କଲା ଭାରତୀୟ ପାଣିପାଗ ବିଭାଗ । ବିଶେଷ କରି ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ, ରାୟଗଡା ଓ କୋରାପୁଟ ଜିଲ୍ଲାରେ ଅପରାହ୍ନରେ ବର୍ଷା, ବଜ୍ରପାତ ଓ କୁଆପଥର ବର୍ଷା ସହ ୬୦ କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା କରିଛି ପାଣିପାଗ ବିଭାଗ । ସେହିପରି ଅନୁଗୁଳ ଜିଲ୍ଲା ସହ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ, କଟକ ଜିଲ୍ଲାର ନରସିଂହପୁର-ବାରମ୍ବା-ତିଗିରିଆ-ବାଙ୍କି-ଡମପଡା ଏବଂ ନୟାଗଡ଼ ଜିଲ୍ଲାର ଗଣିଆ-ଖଣ୍ଡପାରା-ଭପୁର ଓ କୋରାପୁଟ ଜିଲ୍ଲାର ନାରାୟଣପାଟନ-ବାନ୍ଧୁଗାଓଁ ଆଦି ଅଞ୍ଚଳରେ ବର୍ଷା ପବନ ହେବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons