ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇଛି । ୬ ଜିଲ୍ଲାକୁ ନୂଆ ଏସ୍ପି ମିଳିଛି । ବିଗତ ଦିନରେ ବିବାଦୀୟ ହୋଇଥିବା ୨ ଆଇପିଏସ୍ଙ୍କୁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ସେହିପରି ୧୯୯୮ ବ୍ୟାଚର ଏସ. ଦେବଦତ୍ତ ସିଂ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି । ତାଙ୍କୁ ପୁଲିସ୍ ହେଡ଼କ୍ୱାର୍ଟରରେ ଆଇଜିପି ଭାବେ ନିଯୁକ୍ତି ମିଳିଛି । ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପୁରୀ ହାଜତ ମୃତୁ୍ୟ ମାମଲାରେ ବିବାଦୀୟ ହୋଇପଡିÿଥିବା ୨୦୦୯ ବ୍ୟାଚ୍ ଆଇପିଏସ୍ ଅଖିଳେଶ୍ୱର ସିଂଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଏସଓଜି କମାଣ୍ଡାଣ୍ଟରୁ ଜଗତସିଂହପୁର ଏସ୍ପି ଭାବେ ବଦଳି କରାଯାଇଛି । ଜଗତସିଂହପୁର ଏସପି ଥିବା ୨୦୦୮ ବ୍ୟାଚ ଅଫିସର ପ୍ରକାଶ ଆର.ଙ୍କୁ ବଦଳି କରାଯାଇ ଭିଜିଲାନ୍ସ ସଂସ୍ଥାକୁ ପଠାଯାଇଛି । ସେହିପରି ନୟାଗଡ଼ ପରୀ ମାମଲାରେ ଛନ୍ଦି ହୋଇ ପୁଲିସ ହେଡ୍କ୍ୱାର୍ଟରରେ ଥିବା ୨୦୧୫ ବ୍ୟାଚ୍ର ପ୍ରତୁ୍ୟଷ ଦିବାକରଙ୍କୁ ନୂଆପଡ଼ା ଏସ୍ପି ଦାୟିତ୍ୱ ଦିଆଯାଇଛି ।
୨୦୧୩ ବ୍ୟାଚ୍ ପିଏସ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି ଦାୟିତ୍ୱ ମିଳିଛି । ସେ ମୟୂରଭଞ୍ଜ ଏସପି ଭାବେ କାର୍ଯ୍ୟ କରୁଥିଲେ । ନୂଆପଡ଼ା ଏସପି ଥିବା ୨୦୧୫ ବ୍ୟାଚ ଆଇପିଏସ୍ ରାହୁଲ ଜୈନଙ୍କୁ ବରଗଡ଼ ଏସ୍ପି ଦାୟିତ୍ୱ ଦିଆଯାଇଛି । ୨୦୧୬ ବ୍ୟାଚ ଆଇପିଏସ୍ କେ. ଆର. ଦ୍ୟାନଦେଓଙ୍କୁ ମୟୂରଭଞ୍ଜ ଏସପି ଭାବେ ବଦଳି କରାଯାଇଛି । ସେ ମାଲକାନଗିରି ଏସ୍ପି ଦାୟିତ୍ୱରେ ଥିଲେ । ସେହିପରି ନବରଙ୍ଗପୁର ଏସପି ଥିବା ପି.ଏସ ମୀନାଙ୍କ ବଦଳି ହୋଇଛି । ୨୦୧୭ ବ୍ୟାଚର ମୀନାଙ୍କୁ ମାଲକାନଗିରି ଏସପି ଦାୟିତ୍ୱ ମିଳିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.