୬ ବର୍ଷର ନାବାଳକକୁ ପରିଚିତ ଯୁବକ କଲା ଦୁଷ୍କର୍ମ

Get real time updates directly on you device, subscribe now.

ଆନନ୍ଦପୁର: ଘଷିପୁରା ଥାନା ଶାଳପଡା ସପ୍ତାହିକ ହାଟକୁ ବାପା ସହ ବୁଲିଆସିଥିବା ବେଳେ ଘରେ ଛାଡ଼ିଦେବି କହି ବାପାଠାରୁ ପୁଅକୁ ନେଇଯାଇଥିଲା ପରିଚିତ ଯୁବକ।ପରେ ଏକ ବୁଦା ମୂଳେ ୬ ବର୍ଷ ଶିଶୁପୁତ୍ର ସହ କରିଥିଲା ଦୁଷ୍କର୍ମ।ଅଭିଯୋଗ ପରେ ସଂପୃକ୍ତ ଯୁବକ କୁ ଗିରଫ କରିଛି ପୋଲିସ।
ଯାଜପୁର ଜିଲ୍ଲା ଦାନଗଦି ମାଟିକର ଗାଁର ଗଜେନ୍ଦ୍ର ଦଳେଇ ନିଜ ଶ୍ବଶୁର ଘର ଶାଳପଡା ନୂଆ କଲୋନୀକୁ ବୁଲିବାକୁ ଆସିଥିଲେ।ନିଜ୬ ବର୍ଷର ପୁଅ କୁ ସାଙ୍ଗରେ ଧରି ଗତକାଲି ଶାଳପଡା ହାଟ ଠାରେ ବୁଲାବୁଲି କରୁଥିଲେ।ଏହିସମୟରେ ସ୍ଥାନୀୟ ପରିଚିତ ଯୁବକ କାଉଚିଆ ନାୟକ ପୁଅକୁ ଘରେ ଛାଡ଼ିଦେବାକୁ କହି ସାଙ୍ଗରେ ନେଇ ଯାଇଥିଲା।
ହେଲେ ଗଜେନ୍ଦ୍ର ଘରକୁ ଫେରି ପୁଅକୁ ନପାଇ ଖୋଜା ଖୋଜି କରିବାରୁ ସ୍ଥାନୀୟ ହାଟ ନିକଟ ଏକ ବୁଦା ମୂଳରୁ ଉଭୟ କାଉଚିଆ ଓ ପୁଅକୁ ପାଇଥିଲେ।ପୁଅ ସହ କାଉଚିଆ ଦୁଷ୍କର୍ମ କରିଥିବା ଜଣାପଡିଥିଲା। ଏସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ ପରେ ପୋଲିସ କାଉଚିଆ ନାୟକକୁ ଗିରଫ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons