ପଦ୍ମପୁର: ପଦ୍ମପୁର ପୁଲିସ ପକ୍ଷରୁ ଆଜି ୬୦କେଜି ଗଞ୍ଜେଇ ଜବତ କରାଯିବା ସହ ଏହି କାରବାରରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଛି । ଗିରଫମାନେ ହେଲେ ଉତ୍ତରପ୍ରଦେଶର ଆର୍.କୁମାର, କୁମାର ଶର୍ମା, ଅମିତକୁମାର, ଆଦିତ୍ୟ କୁମାର ଓ ରାହୁଲ କୁମାର । ସେମାନଙ୍କ ନିକଟରୁ ଦୁଇଟି କାର ସହ ନଗଦ ୯୧ ହଜାର ୮୫ଟଙ୍କା ଜବତ କରାଯାଇଥିବା ପୁଲିସ କହିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ଲକ୍ଷ ହେବ ବୋଲି ଆକଳନ କରାଯାଇଛି । ଶୁକ୍ରବାର ପାଟ୍ରେଲିଂ ସମୟରେ କେନ୍ଦୁଗୁଡା ଫାଣ୍ଡି ନିକଟରୁ ଦୁଇଟି କାରକୁ ସନେ୍ଦହ କରି ପୁଲିସ ଯାଞ୍ଚ କରିଥିଲା । ଗାଡିରେ ୬୦କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଅଭିଯୁକ୍ତମାନେ କେନ୍ଦୁଗୁଡାରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ନେଉଥିବା ଜେରା ବେଳେ ସ୍ୱୀକାର କରିଥିବା ଥାନା ଅଧିକାରୀ ବିଶ୍ୱରଞ୍ଜନ ଦାଶ କହିଛନ୍ତି । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.