ପୁରୀ, (ବି.ବି.ନୁ୍ୟଜ୍): ନଭେମ୍ବର ୭ରେ ପୁରୀ ଗୋବର୍ଦ୍ଧନ ମଠାଧୀଶ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ବାରଙ୍ଗ ଆସିବାର କାର୍ଯ୍ୟକ୍ରମ ରହିଛି । ବାରଙ୍ଗ ଡାକ୍ତରଖାନା ଛକ ନିକଟ ହିଲ୍ ଗାର୍ଡେନ ସମ୍ମୁଖ ପଡ଼ିଆରେ ଏକ ଧର୍ମସଭାରେ ଶଙ୍କରାଚାର୍ଯ୍ୟ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଧର୍ମ, ରାଷ୍ଟ୍ର, ବିଜ୍ଞାନ ସମ୍ପର୍କିତ ସନେ୍ଦଶ ଦେବେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗୋବର୍ଦ୍ଧନ ପୀଠର ଅଧିକାରୀମାନେ ସୂଚନା ଦେଇଛନ୍ତି । ଆଜି ବାରଙ୍ଗ ହିଲ୍ ଗାର୍ଡେନ କନଫରେନ୍ସ ହଲ୍ରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଆଦିତ୍ୟ ବାହିନୀ ପଣ୍ଡିତ ମାତୃପ୍ରସାଦ ମିଶ୍ର, ଶଙ୍କରାଚାର୍ଯ୍ୟଙ୍କ ପ୍ରବାସ ଯୋନଜା ପ୍ରଭାରୀ ପଣ୍ଡିତ ରୋହିତ ଦାସ, ସହପ୍ରଭାରୀ ମହେଶ ସାହୁ, ପଣ୍ଡିତ ଗୌରୀ ରଞ୍ଜନ ପଣ୍ଡା, ଆଦିତ୍ୟ ବାହିନୀ ପୂର୍ବ ବିଭାଗ ସଂଗଠନ ସଚିବ ଶୁଭେନ୍ଦୁ ସ୍ୱାଇଁ, କଟକ ଜିଲ୍ଲା କ୍ଷେତ୍ରୀୟ ସମ୍ପାଦକ ଲିଙ୍ଗରାଜ ପତି, ପୀଠ ପରିଷଦ ସଂଗଠକ ସଚିବ ଡ. ପ୍ରଭୁ ଚରଣ ମହାନ୍ତି, ଉପସଭାପତି ଦେବେନ୍ଦ୍ର ସାମଲ, ଶାନ୍ତି କମିଟି ସଭାପତି(ବାରଙ୍ଗ) ପ୍ରତାପ ପାଣି ପ୍ରମୁଖ ଯୋଗଦେଇଥିଲେ ।
Comments are closed, but trackbacks and pingbacks are open.