୭୦ ହଜାର ଲିଟର ପୋଚ, ୧୨ ହଜାର ଲିଟର ଦେଶୀ ମଦ ନଷ୍ଟ

Get real time updates directly on you device, subscribe now.

ବାଲେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ପୁରୁଣା ବାଲେଶ୍ୱର ସମେତ ଆଖାପାଖ ଅଞ୍ଚଳରେ ଚଢ଼ଉ କରିଛି । ଚଢ଼ଉ ବେଳେ ୭୦ ହଜାର ଲିଟର ପୋଚ, ୧୨ ହଜାର ଲିଟର ଦେଶୀ ମଦ ସମେତ ମଦ ପ୍ରସ୍ତୁତକାରୀ ବହୁ ଉପକରଣ ନଷ୍ଟ କରିଛି । ନଷ୍ଟ ହୋଇଥିବା ପୋଚ, ଦେଶୀ ମଦର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ପୁରୁଣା ବାଲେଶ୍ୱର ଅଞ୍ଚଳରେ ମଦ ବ୍ୟବସାୟୀ ପୁନଶ୍ଚ ସକ୍ରିୟ ହୋଇଉଠିଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା । ପରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିଦେ୍ର୍ଧଶ କ୍ରମେ ଜିଲ୍ଲା ଅବକାରୀ ଅଧୀକ୍ଷକ ସେକ ଆସଫ ଅଲ୍ଲୀଙ୍କ ତତ୍ତ୍ୱାବଧ୍ୟାନରେ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ପୂର୍ବାହ୍ନ ୧୦ଟାରେ ପୁରୁଣା ବାଲେଶ୍ୱରରେ ପହଞ୍ଚିବା ସହ ଅତର୍କିତ ଚଢ଼ଉ କରିଥିଲେ । ଏହି ଚଢ଼ଉ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା । ଚଢ଼ଉ ବେଳେ ୩୦ ଲକ୍ଷ ଟଙ୍କାର ପୋଚ, ୮ ଲକ୍ଷ ଟଙ୍କାର ଦେଶୀମଦ, ୪୦ ଲିଟର ବିଦେଶୀ ମଦ, ୧୦୦ରୁ ଊଦ୍ଧ୍ୱର୍ ଖାଲି ମଦ ବୋତଲ, ଶିଶି, ୫ ଲିଟର ସ୍ପିରିଟ ଜବତ କରିଥିଲା । ପରେ ଏହାକୁ ମାଜିଷ୍ଟେଟ୍ ତଥା ସଦର ଆଡିସନାଲ ତହସିଲଦାର ଅତନୁ ପ୍ରଧାନଙ୍କ ଉପସ୍ଥିତିରେ ନଷ୍ଟ କରି ଦିଆଯାଇଥିଲା । ଏହା ସହ ମଦ ଉପକରଣ ସାମଗ୍ରୀକୁ ମଧ୍ୟ ନଷ୍ଟ କରାଯାଇଥିଲା । ଏହି ଅଭିଯୋଗରେ ଚାନ୍ଦିପୁର ଥାନାରେ କେସ ନଂ ୫୫,୫୬,୫୭,୫୮/୨୦୨୧ ଅନୁଯାୟୀ ୨୫ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଏହି ଚଢ଼ଉରେ ୩ ପ୍ଲାଟୁନ ପୁଲିସ୍ ସହ ଅଗ୍ନିଶମ ବିଭାଗକୁ ସାମିଲ କରାଯାଇଥିଲା । ଚଢ଼ଉବେଳେ ସଦର ଏସ୍ଡିପିଓ ଶୀବତ୍ସ ମିଶ୍ରଙ୍କ ସମେତ ୩ ଡିଏସ୍ପି, ଶିଳ୍ପାଞ୍ଚଳ ଆଇଆଇସି ମିନତି ବିଶ୍ୱାଳ, ସହଦେବଖୁଣ୍ଟାର ବିରଞ୍ଚି ସାହୁ, ଟାଉନଥାନାର ସଲମାନ ମୁର୍ମୁ, ଶୁଭେନ୍ଦୁ ମିଶ୍ର, ଚାନ୍ଦିପୁର ଥାନାର ଭାରପ୍ରାପ୍ତ ଆଇଆଇସି ଅଜୟ କୁମାର ମୁର୍ମୁ ପ୍ରମୁଖ ସାମିଲ ହୋଇଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons