କୋରୁକୋଣ୍ଡା,(ବି.ବି.ନୁ୍ୟଜ୍): ଚିତ୍ରକୋଣ୍ଡାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା । ଗାଡିÿ ଯାଞ୍ଚ ବେଳେ ଓର୍କେଲ୍ ପୁଲିସ୍ ହାତରେ ଧରାପଡିଛି ୭୫ କେଜି ଗଞ୍ଜେଇ । ଏହି ଚାଲାଣରେ ସଂପୃକ୍ତ ଜଣେ ଯୁବକକୁ ପୁଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା କୁଡୁମୁଲୁଗୁମ୍ମାର ଉମାଶଙ୍କର ପାଣ୍ଡେ(୨୧) । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜଗଦୀଶ ବାରା କହିଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଥାନା ଅଧିକାରୀ ଶ୍ରୀ ବାରାଙ୍କ ନିଦେ୍ର୍ଧଶରେ ଏସ୍ଆଇ କୃତ୍ତିବାସ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ବାଲିମେଳା-ଜୟପୁର ମୁଖ୍ୟରାସ୍ତା ମଙ୍ଗଳାଯୋଡିÿ ଛକରେ ଗାଡିମୋଟର ଯାଞ୍ଚ କରୁଥିଲା । ଏହି ସମୟରେ ଏକ ଧଳା ରଙ୍ଗର ବୋଲେରୋ(ଓଡି-୧୦ଜି-୬୨୦୧) ବାଲିମେଳାପଟୁ ଦ୍ରୁତଗତିରେ ଆସୁଥିବା ଦେଖି ପୁଲିସ୍ ତାକୁ ଅଟକାଇଥିଲା । ଯାଞ୍ଚ ବେଳେ ଗାଡିର ପଛପଟେ ୩ଟି ପ୍ୟାକେଟ୍ରେ ଗଞ୍ଜେଇ ଥିବା ଜଣାପଡିବା ପରେ ପୁଲିସ୍ ଗାଡିÿ ସହ ଗଞ୍ଜେଇ ଜବତ କରି ଥାନାକୁ ଆଣିଥିଲା । ଜବତ ଗଞ୍ଜେଇ ଓଜନ କରିବା ପରେ ୩ଟି ପ୍ୟାକେଟ୍ରେ ମୋଟ ୭୫ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଯାହାର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ଆକଳନ କରିଛି । ଏହି ଗଞ୍ଜେଇ ଚିତ୍ରକୋଣ୍ଡାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା ବୋଲି ପଚରାଉଚରା ବେଳେ ଉମାଶଙ୍କର ପୁଲିସ୍ ନିକଟରେ ସ୍ୱୀକାର କରିଛି । ଏ ସମ୍ପର୍କରେ ଓର୍କେଲ୍ ଥାନାରେ ଏକ ଗଞ୍ଜେଇ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ତଦନ୍ତକାରୀ ଅଧିକାରୀ ନୀଳାଦ୍ରି ବିଶ୍ୱାଳ କହିଛନ୍ତି ।
Comments are closed, but trackbacks and pingbacks are open.