୭ କିଲୋ ଚୋରି ରୁପା ଜବତ, ୩ ଗିରଫ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ସାତ କିଲୋ ଚୋରି ରୁପା ଜବତ କରିଛି ବଡ଼ବଜାର ଥାନା ପୁଲିସ । ରୁପା ଚୋରି କରିଥିବା ଅଭିଯୋଗରେ ଖାଲାସି ସାହିର ଜି. ମୂରଲି ଆଚାର୍ଯ୍ୟ ଓ ମୁସଲିମ୍ ସାହିର ଏସ୍.କେ. ସକିର୍ଙ୍କୁ ଗିରଫ କରାଯାଇଛି । ସେହିପରି ଚୋରି ରୁପା କିଣିଥିବା ଅଭିଯୋଗରେ ଗିରଫ ହୋଇଛି ଶଙ୍ଖାରୀ ସାହିର ଏସ୍.ଭରତ କୁମାର ଆଚାର୍ଯ୍ୟ । ଶନିବାର ବଡ଼ବଜାର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଏସ୍ପି ପ୍ରଭାତ ରାଉତରାୟ ଏହି ସୂଚନା ଦେଇଛନ୍ତି ।
ଅଗଷ୍ଟ ୩୦ ତାରିଖ ରାତିରେ ବଡ଼ବଜାର ଥାନା ଅନ୍ତର୍ଗତ ମାଲସାନିପେଟା ସାହିରେ ଥିବା ଏମ୍. ଉମାପତି ଆଚାର୍ଯ୍ୟଙ୍କ ଅଳଙ୍କାର ଶାଳ (ପ୍ରସ୍ତୁତି ସ୍ଥଳ)ରୁ ୭ କିଲୋ ଓଜନର ରୁପା ଅଳଙ୍କାର ଚୋରି ହୋଇଯାଇଥିଲା । ବଡ଼ବଜାର ଥାନାରେ ଅଭିଯୋଗ ହେବା ପରେ କେସ୍ ନମ୍ବର ୧୪୦/୨୦୧୯ ରୁଜୁ ହୋଇଥିଲା । ଚୋରଙ୍କୁ ଧରିବା ପାଇଁ ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତିଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା ଏକ ସ୍ୱତନ୍ତ୍ର ଟିମ୍ । ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଟିମ୍ ସହ ଶଙ୍ଖାରୀ ସାହିରେ ଥିବା ଏସ୍. ଭରତ କୁମାର ଆଚାର୍ଯ୍ୟର ଘରେ ଚଢ଼ଉ କରିଥିଲେ । ସେଠାରୁ ଚୋରି ରୂପା ଜବତ ହୋଇଥିଲା । ଜେରା ବେଳେ ଭରତ ସେସବୁ ଅଳଙ୍କାର ଖାଲାସି ସାହିର ଜି. ମୂରଲି ଆଚାର୍ଯ୍ୟ ଓ ଏସ୍.କେ. ସକିର ଠାରୁ କିଣିଥିବା ପୁଲିସକୁ କହିଥିଲା । ଭରତଙ୍କ ବୟାନ ପ୍ରକାରେ ମୂରଲି ଓ ସକିର୍କୁ ଗିରଫ କରିଥିଲା ପୁଲିସ । ଉଭୟଙ୍କୁ ଜେରା ସମୟରେ ଚୋରି କରିଥିବା ସେମାନେ ସ୍ୱୀକାର କରିଥିଲେ । ଶନିବାର ତିନି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବା ସହ ଚୋରି ରୁପା ଅଳଙ୍କାର ଜବତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons