ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ସ୍ଥାନୀୟ ଖଲିକୋଟ କଲେଜ ପଡ଼ିଆରେ ବୁଧବାର ପୂର୍ବାହ୍ଣରେ ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁÂିତ ହୋଇଛି । ଏଥିରେ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ତହସିଲର ୩୧୭୨ ଜଣଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି । ରାଜସ୍ୱ ବିଭାଗ ଦ୍ୱାରା ଜମି କଣ୍ଟକ, ବେବନେ୍ଦାବସ୍ତ ଓ ବସୁନ୍ଧରା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଏହି ପଟ୍ଟା ପ୍ରଦାନ କରାଯାଇଛି । ତେବେ କେବଳ ପଟ୍ଟା ବାଣ୍ଟିଦେଲେ ହେବନି, ବରଂ ଏହି କାର୍ଯ୍ୟକ୍ରମରୁ ଗଲା ପରେ ନିଜ ନିଜ ଅଞ୍ଚଳରେ ଯଥାଶୀଘ୍ର ଜମି ଡିମାର୍କେସନ୍ କରି ହିତାଧିକାରୀଙ୍କୁ ପ୍ରଦାନ କରିବାକୁ ତହସିଲଦାର ଓ ରାଜସ୍ୱ ନିରୀକ୍ଷକ (ଆର୍.ଆଇ) ମାନଙ୍କୁ ସଭାରେ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟ ଅତିଥି ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏପରି କଲେ ହିଁ ହିତାଧିକାରୀ ମୁହଁରେ ହସ ଫୁଟିବ ଓ ସେମାନେ ଜମି ପଟ୍ଟା ପାଇବାର ବାସ୍ତବ ଅନୁଭୂତି ପାଇପାରିବେ ବୋଲି କହିଛନ୍ତି ବାଚସ୍ପତି ।
କାର୍ଯ୍ୟକ୍ରମରେ ବାଚସ୍ପତିଙ୍କ ସମେତ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଚିକିଟି ବିଧାୟିକା ଉଷା ଦେବୀ, ବ୍ରହ୍ମପୁର ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଦ ଦତ୍ତାତ୍ରୟ ଭାଉସାହେବ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ କୁକୁଡ଼ାଖଣ୍ଡି ତହସିଲର ସର୍ବାଧିକ ୯୪୫, ଚିକିଟି ତହସିଲର ୬୨୭, ପାତ୍ରପୁର ତହସିଲର ୫୬୬, ସାନଖେମୁଣ୍ଡି ତହସିଲର ୪୩୩, କନିଷି ତହସିଲର (ରଙ୍ଗେଇଲୁଣ୍ଡା ବ୍ଲକ୍) ୩୬୫, ଦିଗପହଣ୍ଡି ତହସିଲର ୧୨୨ ଓ ବ୍ରହ୍ମପୁର ତହସିଲ ଅନ୍ତର୍ଗତ ୧୧୪ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟାଯାଇ ଥିଲା । ସହକାରୀ ଜିଲ୍ଲାପାଳ ଡି.ମାଲେଶ୍ୱର ପାତ୍ର ଅତିଥି ପରିଚୟ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସହାୟକ ଜିଲ୍ଲାପାଳ (ରାଜସ୍ୱ) ବିନୋଦ କୁମାର ବେହେରା ।
ସଭାରେ ଉଦ୍ବୋଧନ ଦେଇ ମୁଖ୍ୟ ଅତିଥି ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ- ପୂର୍ବରୁ ଲୋକେ ଜମି ପଟ୍ଟା ପାଇବାରେ ବହୁତ ଅସୁବିଧା ଭୋଗୁଥିଲେ । ଯେଉଁମାନଙ୍କ ପଟ୍ଟା ନଥିଲା ସେମାନେ ଦରକାରୀ ସମୟରେ ବି ଜମି କିଣାବିକାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ମାତ୍ର ସରକାର ମୋ ଗାଁରେ ତହସିଲ ଯୋଜନାରେ ଏହାର ସମାଧାନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଯେଉଁ ହିତାଧିକାରୀଙ୍କ ଜମିରେ ହକ୍ ରହିଛି ସେମାନଙ୍କୁ ପଟ୍ଟା ଦିଆଯାଉଛି । ତେବେ କେବଳ ପଟ୍ଟା ଦେଲେ ଚଳିବନି । ଲୋକେ ଯଦି ଜମି ପାଇପାରୁ ନାହାନ୍ତି ତେବେ କହିବେ ସଭାରେ ବଡ଼ବଡ଼ିଆଙ୍କ ଉପସ୍ଥିତିରେ କାଗଜ ଦେଇଦେଲେ, ଗାଁରେ ଆମ କଥା କେହି ବୁଝୁନାହାନ୍ତି । ତେଣୁ ପଟ୍ଟା ପାଇଥିବା ହିତାଧିକାରୀଙ୍କୁ ଜମି ଡିମାର୍କେସନ୍ କରି ଚିହ୍ନାଇ ଦିଅନ୍ତୁ ତହସିଲଦାର ଓ ଆର୍ଆଇ । ବିଧାୟକ ବା ଜନପ୍ରତିନିଧିମାନେ ଯଦି ପଟ୍ଟା ପାଇଥିବା ହିତାଧିକାରୀଙ୍କୁ ଜମି ମିଳି ନଥିବା ଜାଣିବାକୁ ପାଆନ୍ତି ତେବେ ସମ୍ପୃକ୍ତ କର୍ମଚାରୀ ବା ଅଧିକାରୀଙ୍କ ବିରୋଧରେ ପଦସ୍ଥ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇବା ସହ କାର୍ଯ୍ୟାନୁÂାନ ଦାବି କରିବେ ବୋଲି ବି ଚେତାଇ ଦେଇଥିଲେ ସେ ।
ବ୍ରହ୍ମପୁର ବିଧାୟକ ଏଭଳି କାର୍ଯ୍ୟକ୍ରମକୁ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଦର୍ଶାଇବା ସହ ଜମି ପଟ୍ଟା ପ୍ରଦାନ ପ୍ରକ୍ରିୟା ସରଳୀକରଣ ହୋଇପାରିଥିବାରୁ ଲୋକେ ଲାଭବାନ ହେବା ନିଶ୍ଚିତ ବୋଲି କହିଥିଲେ । ଗୋପାଳପୁର ବିଧାୟକ କହିଥିଲେ ଯେ- ଦୀର୍ଘ ଦିନ ହେଲା ଗ୍ରାମକଣ୍ଟକ ଜମି ଆଇନ ସଂଶୋଧିତ ହୋଇପାରୁ ନଥିଲା । ଜମି ଥାଇ ବି ଲୋକେ ପଟ୍ଟା ପାଇନାହାନ୍ତି । ମାତ୍ର ରାଜ୍ୟ ସରକାର ଏଭଳି ସ୍ୱତନ୍ତ୍ର ଯୋଜନା କରି ଲୋକଙ୍କୁ ପଟ୍ଟା ଦେବାର ବ୍ୟବସ୍ଥା କରିଛନ୍ତି । ଚିକିଟି ବିଧାୟିକା କହିଥିଲେ ଯେ- ଜିଲ୍ଲା ତଥା ଉପଖଣ୍ଡ ପ୍ରଶାସନ ପଟ୍ଟା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଚିନ୍ତାଧାରା ଉନ୍ନତ, ତେଣୁ ତାଙ୍କ ପ୍ରତି ସମସ୍ତଙ୍କ ଆଶୀର୍ବାଦ ରହୁ । ଡା. ଚ୍ୟାଉପଟ୍ଟନାୟକ ମଧ୍ୟ ହିତାଧିକାରୀ ଏହା ଦ୍ୱାରା ସହଜରେ ପଟ୍ଟା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ ।
ସଭା ମଞ୍ଚରେ ସମସ୍ତ ତହସିଲର କିଛି କିଛି ହିତାଧିକାରୀଙ୍କୁ ପଟ୍ଟା ଅତିଥିମାନେ ପ୍ରଦାନ କରିଥିବା ବେଳେ ପରେ ତହସିଲ୍ସ୍ତରୀୟ ଷ୍ଟଲ୍ରେ ଅନ୍ୟମାନଙ୍କୁ ପଟ୍ଟା ବଣ୍ଟାଯାଇଛି । କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ, ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ୱାଇଁ, ରଙ୍ଗେଇଲୁଣ୍ଡା ଭାରପ୍ରାପ୍ତ ତହସିଲଦାର ଅନିତା କୁମାରୀ ସାହୁ, ବ୍ରହ୍ମପୁର ଭାରପ୍ରାପ୍ତ ତହସିଲଦାର ଗୋପାଳକୃଷ୍ଣ ଅଧିକାରୀ, ଚିକିଟି ତହସିଲଦାର ହରପ୍ରସାଦ ଭୋଇ, ପାତ୍ରପୁର ତହସିହଲଦାର ଶ୍ରୀନିବାସ ଦୋରା ଓ କୁକୁଡ଼ାଖଣ୍ଡି ତହସିଲଦାର ସୁବାସ ଚନ୍ଦ୍ର ରଇତଙ୍କ ସମେତ ରାଜସ୍ୱ ନିରୀକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.