ଜଟଣୀ: ଚୋରା କିରାସିନି କାରବାର ଅଭିଯୋଗରେ ଜଟଣୀ ଥାନା ପୁଲିସ୍ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ପିତାପଲ୍ଲୀ ଗ୍ରାମରେ ଆଜି ଚଢ଼ଉ କରିଥିଲା । ଏହି ସମୟରେ ଦୁଇଟି ସ୍ଥାନରୁ ୪୮ଟି ବ୍ୟାରେଲ୍ରେ ଥିବା ୭ ହଜାର ଲିଟର କିରୋସିନି ଜବତ କରାଯାଇଛି ।
ଆଇଆଇସି ବିଶ୍ୱରଞ୍ଜନ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରିବା ସମୟରେ ପ୍ରଥମେ ଏକ ଘରେ କିରୋସିନି ଭରା ୩୨ଟି ବ୍ୟାରେଲ୍ ଦେଖିବାକୁ ପାଇଥିଲେ । ପରେ ଏହାର କିଛି ଦୂରରେ ଅନ୍ୟ ଏକ ଘରେ ରଖାଯାଇଥିବା ୧୬ଟି ବ୍ୟାରେଲ୍ ଜବତ କରାଯାଇଥିଲା । ଏହି ଘଟଣାରେ ପୁଲିସ୍ ମଙ୍ଗୁଳି ସ୍ୱାଇଁ ନାମକ ଜଣେ ବ୍ୟକ୍ତିକୁ ଅଟକ ରଖି ତଦନ୍ତ ଜାରି ରଖିଛି । ତେବେ କାରବାରର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ୟକ୍ତି ଜଣଙ୍କ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । କିରୋସିନି ଭରା ବ୍ୟାରେଲ୍ଗୁଡ଼ିକ ଜବତ କରିଥିବା ଦୁଇଟି ଘରର ମାଲିକ ଚକ୍ରଧର ସ୍ୱାଇଁ ଓ ମଙ୍ଗୁଳି ସ୍ୱାଇଁ ବୋଲି ଆଇଆଇସି ଶ୍ରୀ ସାହୁ କହିଛନ୍ତି ।
ପିତାପଲ୍ଲୀ ଗ୍ରାମରେ ଦୀର୍ଘବର୍ଷ ହେବ ଚୋରା କିରୋସିନି କାରବାର ଚାଲୁଛି । ଏହି ସ୍ଥାନରେ ପୂର୍ବରୁ ଯୋଗାଣ ବିଭାଗ ଓ ପୁଲିସ ବହୁବାର ଚଢ଼ଉ କରି ହଜାର ହଜାର ଲିଟର କିରୋସିନି ଜବତ କରିଛି । କିଛି ମାସ ପରେ ପୂର୍ବଭଳି ସେଠାରେ ଏହି ବେପାର ଚାଲିଥାଏ । ତେଣୁ ଏହା ଉପରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.