କଳାହାଣ୍ଡି: ମୃତଦେହକୁ ପୁଣି ଅସମ୍ମାନ । ରାସ୍ତା ଠିକ୍ ନଥିବାରୁ ୮କିମି ଦୋଳାରେ ବୁହା ହେଲା ମୃତଦେହ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ କାମରେଙ୍ଗ ଗାଣର ଘଟଣା । ମୃତକ ମାନା ମାଝୀ ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ମୋହନଗିରି ହସ୍ପିଟାଲରେ ମୀନା ମାଝୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଶବବାହାକ ଗାଡିକୁ ଡକାଯାଇଥିଲା । କିନ୍ତୁ ରାସ୍ତା ନଥିବାରୁ ଗାଡି ଆସିପାରିନଥିଲା । ଫଳରେ ଅଧାବାଟରେ ରହିଯାଇଥିଲା ଗାଡି । ଯାହାଫଳରେ ପରିବାର ଲୋକ ମୃତଦେହ ୮କିମି ଦୋଳାରେ ବୋହିଆଣିଥିଲେ ।
Comments are closed, but trackbacks and pingbacks are open.