୮ମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା

Get real time updates directly on you device, subscribe now.

ବାଲିଆପାଳ,(ବି.ବି.ନୁ୍ୟଜ): ଜଣେ ଗରିବ ବାପା ତାଙ୍କ ପିଲା ଅନ୍ଲାଇନ୍ରେ ପାଠ ପଢ଼ିବା ପାଇଁ ମୋବାଇଲ କିଣି ଦେଇ ପାରିଲେନି । ଏଣୁ ପୁଅ ଆତ୍ମହତ୍ୟା ରାସ୍ତା ବାଛିନେଲା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ପଞ୍ଚୁପାଲି ପଞ୍ଚାୟତର କାଳସିମୁଳି ଗ୍ରାମରେ ଘଟିଛି । ସୂଚନା ମୁତାବକ³ କାଳସିମୁଳି ଗ୍ରାମର ହିରଣ୍ୟ ମଲ୍ଲିକଙ୍କ ପୁଅ ରାମେଶ୍ୱର ସ୍ଥାନୀୟ ନୋଡାଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢେ଼ । କିଛିଦିନ ହେଲା ଅନଲାଇନ୍ କ୍ଲାସ ପାଇଁ ବାପା ହିରଣ୍ୟଙ୍କୁ ମୋବାଇଲ କିଣିଦେବା ନିମନ୍ତେ ପୁଅ ଜିଦ୍ କରୁଥିଲା । ହେଲେ ହିରଣ୍ୟ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଧାନ ଅମଳ ପରେ ପୁଅକୁ ମୋବାଇଲ କିଣିଦେବେ ବୋଲି କୁଆଡେ଼ କହିଥିଲେ । ମାତ୍ର ପୁଅ ଏତେ ଦିନ ଅପେକ୍ଷା କରିବାକୁ ନାରାଜ । ଶେଷକୁ ସୋମବାର ଦ୍ୱିପ୍ରହର ସମୟରେ ଘରେ କେହି ନଥିବା ବେଳେ ରାମେଶ୍ୱର ଫାଶୀ ଦେଇ ଅତ୍ମହତ୍ୟା କରି ଦେଇଥିଲା । ଏନେଇ ବାଲିଆପାଳ ଥାନାରେ ଏକ ଅପମୃତୁ୍ୟ ମାମଲା (୩୮/୨୦) ରୁଜୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons