୮ମ ଶ୍ରେଣୀ ଛାତ୍ର ତିଆରି କଲେ ବହୁମୁଖୀ ସିଞ୍ଚନ ଯନ୍ତ୍ର

Get real time updates directly on you device, subscribe now.

କୁକୁଡ଼ାଖଣ୍ଡି, (ବି.ବି.ନୁ୍ୟଜ୍): ବ୍ଲକ୍ସ୍ତରୀୟ ବିଜ୍ଞାନ ମେଳା ବୁଧବାର ନିମଖଣ୍ଡି ହାଇସ୍କୁଲରେ ଅନୁÂିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ୨୨୩ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । କୁକୁଡ଼ାଖଣ୍ଡି ବିଇଓ ଏସ୍.ଗିରିଧର, ଏବିଇଓ ସୁରେନ୍ଦ୍ର ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ପ୍ରକଳ୍ପଗୁଡ଼ିକ ବୁଲି ଦେଖିଥିଲେ । ଶ୍ରେÂ ବିବେଚିତ ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ ହୋଇଛି ।
ସବୁଠାରୁ ଆକର୍ଷଣୀୟ ଥିଲା ଡେଙ୍ଗାପଦର ୟୁଜିଏଚ୍ଏସ୍ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ହରିଓମ୍ ଜେନାଙ୍କ କୃଷିଭିତ୍ତିକ ପ୍ରତ୍ୟାଗାମୀ ବହୁମୁଖୀ ସିଞ୍ଚନ ଯନ୍ତ୍ର । ଆଧୁନିକ ପ୍ରଣାଳୀରେ କ୍ଷେତଗୁଡ଼ିକରେ କିପରି କୀଟନାଶକ ଔଷଧ ସ୍ପେ୍ର ଦ୍ୱାରା ସିଞ୍ଚନ କରିହେବ ତାହା ଉପରେ ଆଧାରିତ ହୋଇଥିଲା ଉପରୋକ୍ତ ପ୍ରକଳ୍ପ । ଏକ ଭଙ୍ଗା ଦଦରା ସାଇକେଲକୁ ଭାଗ ଭାଗ କରି ତାହାକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିଲା ହରିଓମ୍ଙ୍କ ଯନ୍ତ୍ର । ସାଇକଲ ଉପରେ ସ୍ପେ୍ର ମେସିନ୍ଟି ରଖି କ୍ଷେତ ମଧ୍ୟରେ ଚଲାଇଲେ ଚକ ଘୁରିବା ଦ୍ୱାରା ସ୍ୱୟଂଚାଳିତ ଭାବେ ସ୍ପେ୍ରରେ ଥିବା କୀଟନାଶକ ଆପେ ଆପେ ଗଛଗୁଡ଼ିକ ଉପରେ ସିଞ୍ଚନ ହୋଇପାରିବ । ଏହାଦ୍ୱାରା ଚାଷୀମାନଙ୍କ ମେରୁଦଣ୍ଡକୁ ପୀଡ଼ା ହେବନି କି ହାତକୁ ମଧ୍ୟ କଷ୍ଟ ହେବନି । ଏନେଇ ସେ ନିଜ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ପରାମର୍ଶରେ ପ୍ରକଳ୍ପର ପରୀକ୍ଷା ମଧ୍ୟ କରିଥିଲେ ।
ହରିଓମ୍ ଆଶା ରଖିଛନ୍ତି ଯେ ଏହି ପ୍ରଣାଳୀ ଆପଣାଇଲେ ଚାଷୀ ମଧ୍ୟ ଉପକୃତ ହୋଇପାରିବେ । ଛାତ୍ରଜଣକ ଏହି ପ୍ରକଳ୍ପଟିକୁ ନିଜ କୃଷକ ବାପାଙ୍କୁ ସମର୍ପିତ କରିଥିଲେ । ଏହି ପ୍ରକଳ୍ପ ପ୍ରୟୋଗ କରି ନିଜ କ୍ଷେତରେ ହିଁ ଚାଷ କରିଲେ ବାପାଙ୍କ କଷ୍ଟ ଲାଘବ ହେବ ଓ ସହଜରେ କୃଷି କାର୍ଯ୍ୟ ହୋଇ ଅଧିକ ଅମଳ ହେବ ବୋଲି କହିଛନ୍ତି ୮ମ ଶ୍ରେଣୀର ଏହି ଛାତ୍ର । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବିଭିନ୍ନ ବିଦ୍ୟାଳୟରର ଶିକ୍ଷକ, ଶିକ୍ଷୟିତ୍ରୀ, ସିଆର୍ସିସି, ଆଦର୍ଶ ବିଦ୍ୟାଳୟ କ୍ରୀଡ଼ା ପ୍ରଶିକ୍ଷକ ମଧୂସୁଦନ ମିଶ୍ର ପ୍ରମୁଖ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons