ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଆନେ୍ଦାଳନ ଚଳାଇଥିବା ଚାଷୀଙ୍କ ପାଇଁ ବାହାରିଛି ପରିବହନ ସଂଘ । ସେମାନଙ୍କୁ ସମର୍ଥନର ହାତ ବଢ଼ାଇଛି । ଚାଷୀଙ୍କ ଦାବିଗୁଡ଼ିକୁ ସରକାର ନ ମାନିଲେ ଆସନ୍ତା ୮ ତାରିଖରୁ ଧର୍ମଘଟ କରାଯିବ ବୋଲି ଚେତାବନୀ ଦେଇଛି । ପ୍ରଥମେ ଉତ୍ତର ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଠପ୍ କରିଦିଆଯିବ । ପରେ ସାରା ଦେଶରେ ଧର୍ମଘଟ ହେବ ବୋଲି ସଂଘ ପକ୍ଷରୁ ବୁଧବାର କୁହାଯାଇଛି ।
ସର୍ବଭାରତୀୟ ମୋଟର ପରିବହନ ସଂଘ (ଏଆଇଏମ୍ଟିସି)ର ସଭାପତି କୁଲତରନ୍ ସିଂହ ଅଟୱାଲ କହିଛନ୍ତି, ଡିସେମ୍ବର ୮ ତାରିଖରୁ ସମଗ୍ର ଉତ୍ତର ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରାଯିବ । ଏହାଦ୍ୱାରା ଦିଲ୍ଲୀ, ହରିଆଣା, ଉତ୍ତରପ୍ରଦେଶ, ପଞ୍ଜାବ, ହିମାଚଳ ଏବଂ ଜମ୍ମୁ-କାଶ୍ମୀର ପ୍ରଭାବିତ ହେବ । ତା’ ସତ୍ତେ୍ୱ ସରକାର ଯଦି ଚାଷୀଙ୍କ ଦାବି ପୂରଣ ନ କରନ୍ତି, ସାରା ଦେଶରେ ଚକା ଜାମ୍ ହେବ । ସଂଘ ଅଧୀନରେ ଥିବା ସମସ୍ତ ପରିବହନକାରୀ ଯାନ ଚଳାଚଳ ବନ୍ଦ ରହିବ । ଏଆଇଏମ୍ଟିସି ଅଧୀନରେ ପାଖାପାଖି କୋଟିଏ ଟ୍ରକ୍ ମାଲିକ ରହିଛନ୍ତି ।
ସୂଚନାଯୋଗ୍ୟ, ଦେଶ ମଧ୍ୟରେ ହେଉଥିବା ମାଲ ପରିଚାଳନାରେ ସଡ଼କ ପରିବହନର ଅଂଶ ପାଖାପାଖି ୬୦ଧ ହେବ । ସେହିଭଳି ଯାତ୍ରୀ ପରିବହନରେ ଏହା ୮୭ଧ । ତେଣୁ ଏଆଇଏମ୍ଟିସି ଯଦି ଡିସେମ୍ବର ୮ରୁ ଧର୍ମଘଟ ଆରମ୍ଭ କରେ, ଘରୋଇ ବଜାରରେ ପନିପରିବା ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟିବ ।
ଏକ ସ୍ୱତନ୍ତ୍ର ବିବୃତିରେ ଏଆଇଏମ୍ଟିସି କହିଛି, ଚାଷୀ ଆନେ୍ଦାଳନକୁ ଆମେ ବିପୁଳ ସମର୍ଥନ କରିବୁ । ସେମାନେ ସେମାନଙ୍କ ନ୍ୟାଯ୍ୟ ଅଧିକାର ପାଇଁ ଲଢ଼ୁଛନ୍ତି । ସଡ଼କ ପରିବହନ ଭଳି କୃଷି କ୍ଷେତ୍ର ମଧ୍ୟ ଦେଶର ଚିରସ୍ଥାୟୀ ମେରୁଦଣ୍ଡ । ତା’ଛଡ଼ା ଗ୍ରାମୀଣ ପରିବାରଗୁଡ଼ିକରେ ୭୦ଧ କୃଷି ଉପରେ ନିର୍ଭରଶୀଳ । ଚାଷୀଙ୍କ ଏହି ଆନେ୍ଦାଳନ ଯୋଗୁ ସମଗ୍ର ଉତ୍ତର ଭାରତରେ ହଜାର ହଜାର ଟ୍ରକ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରକ୍ଗୁଡ଼ିକ ପଞ୍ଜାବ ଓ ହରିଆଣାରୁ ଖାଦ୍ୟ ସାମଗ୍ରୀ, ପନିପରିବା ଏବଂ ଅନ୍ୟ ଜରୁରି ଉପôାଦ ଧରି ଯାଉଥିଲେ । ତଥାପି ଆମେ ଚାଷୀଙ୍କ ଏହି ଆନେ୍ଦାଳନକୁ ସମର୍ଥନ କରୁଛୁ । କାରଣ ୬୫ଧ ଟ୍ରକ୍ କୃଷିଜାତ ସାମଗ୍ରୀ ପରିବହନରେ ନିୟୋଜିତ ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ବିଶେଷକରି ପଞ୍ଜାବ ଓ ହରିଆଣା ଚାଷୀମାନେ ବିରୋଧ କରୁଛନ୍ତି । ଏହି ଆଇନ ଦ୍ୱାରା ସେମାନଙ୍କ ଆୟ ଦୁଇଗୁଣା ହେବା ପାଇଁ ବାଟ ଫିଟିବ ବୋଲି ସରକାର କହୁଥିବା ବେଳେ ଆୟ କମିବ ବୋଲି ସେମାନେ ଆଶଙ୍କା କରୁଛନ୍ତି । ଏମିତି କି କୃଷି କ୍ଷେତ୍ରରେ ସରକାରଙ୍କ ସମର୍ଥନ ମଧ୍ୟ ଧୀରେ ଧୀରେ ସଂକୁଚିତ ହେବ । କୃଷି କ୍ଷେତ୍ରରେ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଦବ୍ଦବା ବଢ଼ିବ ବୋଲି ମଧ୍ୟ ସେମାନେ କହୁଛନ୍ତି ।
ଏହି ଆଶଙ୍କାରେ ଦିଲ୍ଲୀ-ହରିଆଣା ସୀମାରେ ଚାଷୀଙ୍କ ଆନେ୍ଦାଳନ ବୁଧବାର ସପ୍ତମ ଦିନରେ ପହଞ୍ଚିଛି । ଆନେ୍ଦାଳନରତ ଚାଷୀ ବୁଧବାର ସରକାରଙ୍କୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି କୃଷି ଆଇନକୁ ରଦ୍ଧ ପାଇଁ କହିଛନ୍ତି । ସରକାର ଦାବି ନ ମାନିଲେ ଡିସେମ୍ବର ୫ରେ ଦେଶବ୍ୟାପୀ ଆନେ୍ଦାଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
Comments are closed, but trackbacks and pingbacks are open.