ଖଲ୍ଲିକୋଟ, (ବି.ବି.ନୁ୍ୟଜ୍): ଦାଦନ ଶ୍ରମିକଙ୍କୁ ବିଦେଶରେ କାମ ଦେବା ପ୍ରଲୋଭନରେ ଠକେଇ । ଖଲିକୋଟ ବ୍ଲକ୍ ଲଙ୍ଗଳେଶ୍ୱର ଅଞ୍ଚଳର ୮୦ ଜଣ ଶ୍ରମିକଙ୍କଠାରୁ ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ମାମଲାରେ ଖଲିକୋଟ ପୁଲିସ ତାମିଲନାଡ଼ୁର ଜଣେ ଶ୍ରମିକ ଠିକାଦାରଙ୍କୁ ଗିରଫ କରିଛି । ଗିରଫ ଠିକାଦାର ହେଲେ ଲକ୍ଷ୍ମଣ ରାମକୁମାର । ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଭେଜିପୁଟ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଆଜି ସଦଳବଳ ଲଙ୍ଗେଳେଶ୍ୱରରେ ପହଞ୍ଚି ଠିକାଦାର ଲକ୍ଷ୍ମଣ ରାମକୁମାରଙ୍କୁ ଗିରଫ କରିଥିବା ଆଇଆଇସି କହିଛନ୍ତି । ଅଭିଯୁକ୍ତ ଠିକାଦାରଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଖଲିକୋଟ ବ୍ଲକ୍ର ପ୍ରାୟ ୮୦ ଶ୍ରମିକ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ହୋଇଛି ଯେ ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ମୋଟା ଦରମାରେ କାମ ଯୋଗାଇ ଦେବା ପ୍ରଲୋଭନ ଦେଖାଇ ତାମିଲନାଡ଼ୁର ଜଣେ ଠିକାଦାର ୮୦ ଜଣ ଶ୍ରମିକଙ୍କଠାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଆଦାୟ କରିଥିଲେ । ଲଙ୍ଗଳେଶ୍ୱରର ଜଣେ ଯୁବକ ଏଥିରେ ମଧ୍ୟସ୍ଥି କରିଥିଲେ । କିନ୍ତୁ ସେମାନେ ଶ୍ରୀଲଙ୍କାରେ ପହଞ୍ଚିବା ପରେ ଠକାମିର ଶିକାର ହୋଇଥିବା ଜାଣିଥିଲେ । କୌଣସିମତେ ଶ୍ରମିକମାନେ ଗାଁକୁ ଫେରିଛନ୍ତି । ତାମିଲନାଡ଼ୁର ଠିକାଦାର ଆଜି ମଧ୍ୟସ୍ଥିଙ୍କ ଘରକୁ ଆସିଥିବା ସମୟରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା ।
ମିଳିଥିବା ସୂଚନା ଅନୁସାରେ ତାମିଲନାଡ଼ୁ ରାଜ୍ୟ ମିନ୍ଜୁର ଥିରୁଭାଲୁର୍ ଅଞ୍ଚଳର ଜଣେ ଠିକାଦାର ଲଙ୍ଗଳେଶ୍ୱର ଗ୍ରାମର ଜଣେ ମଧ୍ୟସ୍ଥିଙ୍କ ଜରିଆରେ ପ୍ରାୟ ୮୦ ଜଣ ଯୁବକଙ୍କଠାରୁ ମୁଣ୍ଡପିଛା ୫୦ ହଜାର ଟଙ୍କା ଲେଖାଏଁ ଆଦାୟ କରିଥିଲେ । ସେମାନଙ୍କୁ ଶ୍ରୀଲଙ୍କା ରାଜଧାନୀ କଲମ୍ବୋର ଆର୍. ଜେ. ଇନ୍ଫ୍ରା କମ୍ପାନିକୁ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ପଠାଇଥିଲେ । ଅନ୍ତତଃ ୨ ବର୍ଷ ସେଠାରେ କାମ କରିବେ ଓ ମୋଟା ଅଙ୍କର ମଜୁରି ପାଇବେ ବୋଲି ସମ୍ପୃକ୍ତ ଠିକାଦାର ପ୍ରତିଶ୍ରୁତି ଦେଇଥବଲେ । କିନ୍ତୁ ଟୁରିଷ୍ଟ ଭିସାରେ ଯାଇଥିବା ଏହି ଶ୍ରମିକମାନେ ଅବଧି ୨ ମାସରେ ସରି ଯାଇଥିଲା । ସେଠାରେ ମୋଟା ଅଙ୍କର ମଜୁରି ମିଳିବା ଦୂର କଥା ସର୍ବନିମ୍ନ ମଜୁରି ମଧ୍ୟ ମିଳିନଥିବା ଅଭିଯୋଗ ହୋଇଛି । ସେଠାରେ ନିର୍ଯାତନା ଭୋଗ କରିଥିବା ମଧ୍ୟ କହିଛନ୍ତି । କଲମ୍ବୋରୁ ଫେରିବା ପରେ ଉକ୍ତ ଶ୍ରମିକମାନେ ସେମାନଙ୍କୁ ନେଇଥିବା ଲଙ୍ଗଳେଶ୍ୱରର ମଧ୍ୟସ୍ଥିଙ୍କ ଘର ଆଗରେ ପାଟିତୁଣ୍ଡ କରି ଟଙ୍କା ଫେରାଇବାକୁ ଦାବି କରିଥିଲେ । ଶ୍ରମିକମାନେ ନଛୋଡ଼ବନ୍ଦ ହେବାରୁ ବାଧ୍ୟ ହୋଇ ଉକ୍ତ ମଧ୍ୟସ୍ଥି ଖଲିକୋଟ ଥାନାକୁ ଜଣାଇଥିଲେ । ଅଭିଯୋଗ ଆଧାରରେ ଖଲିକୋଟ ଥାନା କେସ୍ ନଂ ୩୫୨/୧୯ ରୁଜୁ କରି ତଦନ୍ତ କରିଥିବା ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ କହିଛନ୍ତି । ଖଲିକୋଟ ବ୍ଲକ୍ରେ ଦାଦନ ଶ୍ରମିକ ସମସ୍ୟା ଉଗ୍ର ରୂପ ଧାରଣ କରିଛି । ନିୟମିତ ଭାବେ ଦାଦନ ଶ୍ରମିକଙ୍କ କରୁଣ କାହାଣୀ ଗଣମାଧ୍ୟମରେ ପୃÂା ମଣ୍ଡନ କରୁଛି । ଶ୍ରମିକ ମୃତ, ଆହତ, ନିର୍ଯାତନା ଓ ଶୋଷଣ କରାଯାଉଥିôବା ଅଭିଯୋଗ ହୋଇଆସୁଛି ।
Comments are closed, but trackbacks and pingbacks are open.