୮୬ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

Get real time updates directly on you device, subscribe now.

ଧରାକୋଟ,(ବି.ବି.ନୁ୍ୟଜ୍): ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ପୁଲିସ, ଅବକାରୀ ବିଭାଗ ମିଳିତ ଉଦ୍ୟମରେ ବଡ଼ଗଡ଼ ଥାନା ଅଧୀନ ବାହାରପୁର ପଞ୍ଚାୟତର ଖଜୁରୀପଦା ନିକଟ ପାହାଡ଼ ପାଦଦେଶରେ ପ୍ରାୟ ୨ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୮୬ ଲକ୍ଷ ୧୮ ହଜାର ହେବ ବୋଲି ଏସ୍ଡିପିଓ ସୂଚନା ଦେଇଛନ୍ତି । ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ଧରାକୋଟ ଭାରପ୍ରାପ୍ତ ତହସିଲଦାର କୁରେଶଚନ୍ଦ୍ର ଜାନି ଉପସ୍ଥିତ ଥିଲେ ।
ଗଞ୍ଜେଇ ଗଛ ନଷ୍ଟ କରିବାକୁ ନେଇ ଆଦିବାସୀମାନେ ବିରୋଧ କରିଥିଲେ । ସେମାନେ ବିଭିନ୍ନ ଦାବି ରଖିଥିଲେ । ଦାବି ମଧ୍ୟରେ ରହିଥିଲା ପ୍ରକୃତ ଆଦିବାସୀଙ୍କୁ ଚିହ୍ନଟ କରି ରାସନ କାର୍ଡ, ବିଜୁ ପକ୍କା ଘର, ସ୍ଥାୟୀ ବାସଗୃହ ପଟ୍ଟା, ସ୍କୁଲ ନିର୍ମାଣ, ଚୋରା ମଦ କାରବାର ବନ୍ଦ କରିବା ଇତ୍ୟାଦି । ଦାବିପୂରଣ ନହେଲେ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଦେବୁ ନାହିଁ ବୋଲି କହିଥିଲେ । ମାଜିଷ୍ଟେ୍ରଟ୍ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅବକାରୀ ଉପଖଣ୍ଡ ଅଧିକାରୀ ଅଭିରାମ ବେହେରା, ଡିଏସ୍ପି ସଞ୍ଜୟ ମହାପାତ୍ର, ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ, ସୋରଡ଼ା ଥାନା ଅଧିକାରୀ ରମେଶ ପ୍ରଧାନ, ବଡ଼ଗଡ଼ ଥାନା ଅଧିକାରୀ ପ୍ରତାପ ତ୍ରିପାଠି, ଜଙ୍ଗଲ ବିଭାଗ ରେଞ୍ଜର ନରସିଂହ ବେହେରା, ରେଞ୍ଜର ପ୍ରସନ୍ନ ସାହୁ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons