ରାଉରକେଲା,(ବି.ବି.ନୁ୍ୟଜ୍): ମାସେ ନୁହେଁ କି ଦୁଇ ମାସ ନୁହଁ । ଦୀର୍ଘ ବର୍ଷ ହେଲା ଚାଲି ଆସୁଥିଲା ବେଆଇନ ସ୍କ୍ରାପ୍ କାରବାର । ଥାନାରୁ ମାତ୍ର ଅଧ କିଲୋମିଟର ଦୂରରେ ଚାଲିଥିଲେ ହେଁ ପୁଲିସ୍ ପାଉନଥିଲା ଟେର । ଏସ୍ପିଙ୍କ ନେତୃତ୍ୱରେ ହେଲା ଚଢ଼ାଉ । ୮ ଟ୍ରକ୍ରୁ ଉଦ୍ଧ୍ୱର୍ ଚୋରା ସ୍କ୍ରାପ ହେଲାଣି ଜବତ । ଏହି ଘଟଣାରେ ପୁଲିସ୍ ତିନି ଜଣଙ୍କୁ ଅଟକ ରଖିଥିବା ବେଳେ ପଡୋଶୀ ରାଜ୍ୟ ଝାଡଖଣ୍ଡକୁ ଏହା ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି ।
ସେକ୍ଟର-୨ ଖଡ଼ିଆବାହାଲ ବସ୍ତିରେ ଖୋଲାଖୋଲି ଭାବେ ଚାଲିଥିଲା ବେଆଇନ ସ୍କ୍ରାପ୍ କାରବାର । ଏହି ସ୍କ୍ରାପ୍ କାରବାର କପିଲ ସିଂହ ଚଲାଇ ଆସୁଥିଲେ । ସେଠାରେ କପିଲ ଏକ ଗୋଦାମ କରି ସବୁ ପ୍ରକାର ସ୍କ୍ରାପ୍ ଦିଆଯାଏ ବୋଲି ଏକ ବୋର୍ଡ ମଧ୍ୟ ଲଗାଇଥିଲେ । ସେକ୍ଟର-୩ ଥାନା ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଏହା ଚାଲିଥିଲେ ସୁଦ୍ଧା ଏହାର ଟେର ପୁଲିସ୍ ପାଇ ପାରୁନଥିଲା । କୌଣସି ସୂତ୍ରରୁ ଖବର ପାଇ ଏସ୍ପି କେ.ଶିବା ସୁବ୍ରମଣୀ ସେଠାରେ ଆଜି ସକାଳେ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଗୋଦାମରେ ଥିବା କପିଲ ଓ ତାଙ୍କର ଦୁଇ ଜଣ ସହଯୋଗୀ ତଥା ପିକ୍ଅପ୍ ଭ୍ୟାନ ମାଲିକ ମହମ୍ମଦ ହସିବୁଲ ଏବଂ ଚାଳକ ମହମ୍ମଦ ଅହମ୍ମଦଙ୍କୁ ଧରିଥିଲେ । ସେମାନଙ୍କୁ ଥାନାକୁ ଅଣାଯାଇ ପୁଲିସ୍ ଅଧିକ ପଚରାଉଚରା ଚଳାଇଛି । ପୁଲିସ୍ ସେଠାରୁ ପ୍ରାୟ ୪୦ ଟନ୍ରୁ ଅଧିକ ଚୋରା ସ୍କ୍ରାପ୍ ଜବତ କରି ସାରିଲାଣି । ନିଜେ ଏସ୍ପି ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ । ପୁଲିସ୍ ଗୋଟିଏ ଅଟୋ ଓ ଦୁଇଟି ପିକ୍ଅପ୍ ଭ୍ୟାନ୍ ଜବତ କରିଛି । ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି, ଚୋରା ସ୍କ୍ରାପ୍ କେଉଁଠୁ ଆସୁଥିଲା, କେତେ ଥର ଝାଡଖଣ୍ଡକୁ ଚାଲାଣ ହୋଇଛି, ସେଠାରେ କିଏ ଏହି ସବୁ ଜିନିଷ ରଖୁଥିଲା ଇତ୍ୟାଦି ତଦନ୍ତ ଚଳାଇଛି ପୁଲିସ୍ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏତେ ପରିମାଣର ଚୋରା ସ୍କ୍ରାପ୍ ଏହି ଗୋଦାମରେ ଥିଲେ ହେଁ ପୁଲିସ୍ ଏହାର ଟେର କିପରି ପାଇ ପାରୁନଥିଲା । ଯଦି ଜାଣିଥିଲା ତାହା ହେଲେ କଣ ପାଇଁ କାର୍ଯର୍୍ୟାନୁÂାନ ଗ୍ରହଣ କରୁନଥିଲା । ରିପୋର୍ଟ ଲେଖା ହେବା ସୁଦ୍ଧା ସ୍କ୍ରାପ୍ ଜବତ କାର୍ଯ୍ୟ ଚାଲିଛି ।


Comments are closed, but trackbacks and pingbacks are open.