
ପୁରୁଷୋତ୍ତମପୁର,(ବି.ବି.ନୁ୍ୟଜ): ବଡ଼ଖରିଡ଼ା ପଞ୍ଚାୟତ କୁମ୍ଭାର ସାହିରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡରେ ୮ ପରିବାରର ଘର ଜଳିଯାଇଛି । ଅଗ୍ନିଶମ କର୍ମଚାରୀ ନିଆଁ ଆୟତ୍ତ କରିଥିଲେ । ମୁରଲି ବେହେରା, ଦୁର୍ଯେ୍ୟାଧନ ବେହେରା, ରବି ବେହେରା, ସୁଦର୍ଶନ ବେହେରା, ରାଜୁ ବେହେରା, ହେମ ବେହେରା, ଶିବରାମ ବେହେରା ଓ ଝୁନୁ ବେହେରାଙ୍କ ପ୍ରାୟ ୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଛି । ବିଡିଓ ବିଜୟ କୁମାର ବେହେରା, ସରପଞ୍ଚ ପ୍ରତିନିଧି ଅଖିଳ କୁମାର ଦାସ ବିପନ୍ନ ପରିବାରକୁ ପଞ୍ଚାୟତ ପକ୍ଷରୁ ତିନି ଦିନ ରନ୍ଧାଖାଦ୍ୟ ପ୍ରଦାନ ନିମନ୍ତେ ନିଦେ୍ର୍ଧଶ ଦେଇଛନ୍ତି । ତହସିଲଦାର୍ ନୀତିଶ କୁମାର ତି୍ରପାଠୀ ପ୍ରତି ପରିବାରକୁ ୮ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ଅଗ୍ନିବିପନ୍ନ ପରିବାର ବାସହରା ହୋଇଥିବାରୁ ପଞ୍ଚାୟତ ସମିତି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ନିବେଦନ କରାଯାଇଛି ।


Comments are closed, but trackbacks and pingbacks are open.